ଆତ୍ମଘାତୀ ବିସ୍ଫୋରଣ

0 79

୩୦ ଯବାନ ସହିଦ, ୨୪ ଗୁରୁତର

କାବୁଲ, ୨୯/୧୧: ଆଫଗାନିସ୍ତାନର ଗଜନୀ ପ୍ରାନ୍ତରେ ଥିବା ଏକ ସେନା ଶିବିର ଉପରେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । କାରରେ ବୋମା ରଖି ବିସ୍ଫୋରଣ କରିବା ଫଳରେ ସେନା ଶିବିର ଧ୍ୱଂସ ହେବା ସହ ୩୦ ଯବାନ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହା ସହ ୨୪ ଅନ୍ୟ ଯବାନ ଗୁରୁତର ହୋଇଛନ୍ତି । ମୃତ୍ୟ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଗଜନୀ ସିଭିଲ ହସ୍ପିଟାଲର ନିର୍ଦେଶକ ବାଜ ମହମ୍ମଦ ହେମନ୍ତ କହିଛନ୍ତି । ଜଣେ ଆତଙ୍କବାଦୀ ଏଭଳି ଆତ୍ମଘାତୀ ବିସ୍ଫୋରଣ କରିଛି । ଗଜନୀ ପ୍ରାନ୍ତରେ ଥିବା ସେନା ଶିବିର ପାଖକୁ ବିସ୍ଫୋଟକ ପଦାର୍ଥ ଭର୍ତ୍ତି କାର ଆଣି ବିସ୍ଫୋରଣ କରାଇଥିଲା । ଏଥିରେ ମୃତ୍ୟୁବରଣ କରିଥିବା ଓ ଗୁରୁତର ହୋଇଥିବା ଯବାନ ଆଫଗାନ ନ୍ୟାସନାଲ୍ ଆର୍ମୀର ଏକ ବାଟାଲିୟନର ଅଂଶ ବୋଲି ଜଣେ ସୁରକ୍ଷା ଅଧିକାରୀ ସିହ୍ନୁଆ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ମୃତାହତ ଯବାନମାନେ ପୋଲିସ କର୍ମୀ ଥିଲେ । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ସ୍ଥାନୀୟ ପୋଲିସ ଅଧିକାରୀ ଏହି ଆକ୍ରମଣ ପାଇଁ ତାଲିବାନ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.