ପାକିସ୍ତାନ ସମେତ ୧୨ଟି ଦେଶର ନାଗରିକଙ୍କ ଭିସା ଉପରେ ରୋକ୍

0 73

ଆବୁଧାବି, ୨୯ ।୧୧: ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ଭଳି ୧୨ଟି ଇସଲାମିକ ଦେଶର ନାଗରିକଙ୍କ ଭିସା ଆବେଦନ ଉପରେ ରୋକ୍ ଲଗାଇଲା ୟୁଏଇ । ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଏହି ସୂଚନା ମିଳିଛି । ସୁରକ୍ଷା କାରଣ ପାଇଁ ୟୁଏଇ ଏଭଳି ବଡ଼ ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ହେଲେ କେଉଁ ସୁରକ୍ଷା ଆଧାରରେ ଭିସା ଦେବନି ବୋଲି ୟୁଏଇ ନିଷ୍ପତ୍ତି ନେଇଛି ସେ ବାବଦରେ ସ୍ପଷ୍ଟ କରିନି ୟୁଏଇ । କିଛି ଦିନ ପୂର୍ବରୁ ୟୁଏଇର ଜେଡାରେ ଥିବା ଏକ କବରସ୍ଥାନରେ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ । ଏହାପରେ ୟୁଏଇ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ସେହିପରି ଦୁବାଇ ବିମାନବନ୍ଦର ଫ୍ରୀ ଜୋନର ଏକ ବିବୃତ୍ତି ଅନୁଯାୟୀ ନଭେମ୍ୱର ୧୮ରୁ ଭିସା ଦେବା ନେଇ ଅସ୍ଥାୟୀ ଭାବରେ ରୋକ୍ ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି । ଚାକିରି ଏବଂ ପର୍ଯ୍ୟଟନ ଭିସା ଉପରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ୟୁଏଇ ପାକିସ୍ତାନ ନାଗରିକଙ୍କୁ ନୂଆ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛି । ଯେଉଁମାନଙ୍କର ପୂର୍ବରୁ ଭିସା ଅଛି ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ପାକିସ୍ଥାନ, ଇରାନ, ଆଫଗାନିସ୍ତାନ, ସିରିଆ, ସୋମାଲିଆ, ଲିବିୟା, ୟେମେନ, ଆଲଜେରିଆ, ଇରାକ, ତୁର୍କୀ, ଲେବାନନ, କେନିଆ, ଟ୍ୟୁନିସିଆ ଭଳି ଦେଶ ସହିତ ୟୁଏଇର ବିବାଦ ରହିଛି । ସେହିପରି ୟୁଏଇ ଫ୍ରାନ୍ସ ନାଗରିକଙ୍କ ଭିସା ଉପରେ ରୋକ୍ ଲଗାଇବାକୁ ଚିନ୍ତା କରୁଥିବା ସୂଚନା ରହିଛି ।

Leave A Reply

Your email address will not be published.