ରେକର୍ଡ ଭାଙ୍ଗିଲା ଶୀତ

0 74

ନୂଆଦିଲ୍ଲୀ, ୨୯ ।୧୧ : ଗତ ୧୦ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ନଭେମ୍ୱରରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି ଏବଂ ଚଳିତ ବର୍ଷ ନଭେମ୍ବର ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଛି । ପୂର୍ବ ରିପୋର୍ଟ ଅନୁଯାଇ ଦିଲ୍ଲୀର ନଭେମ୍ୱର ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରୀ ସେଲସିଅସ୍ ଅଟେ । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ସହରର ହାରାହାରି ସର୍ବନିମ୍ନ ତାପମାତ୍ରା ନଭେମ୍ବର ୧ ରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ୧୦.୩ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି, ଯାହା ପ୍ରାୟ ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ଅଟେ । ଗତ ବର୍ଷ ହାରାହାରି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିଅସ୍ ଥିଲା, ୨୦୧୮ ରେ ଏହା ୧୩.୪ ଡିଗ୍ରୀ ସେଲସିଅସ୍ ଏବଂ ୨୦୧୭ ଏବଂ ୨୦୧୬ ବର୍ଷରେ ଏହା ୧୨.୮ ଡିଗ୍ରୀ ସେଲସିଅସ୍ ଥିଲା । ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ନଭେମ୍ବର ୨୩ ରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା, ଯାହାକି ଦୀର୍ଘ ୧୦ ବର୍ଷ ମଧ୍ୟରେ ଏତେ କମ୍ ତାପମାତ୍ରା ରାଜଧାନୀ ଦିଲ୍ଲୀରେ କେବେ ଅନୁଭୂତ ହୋଇ ନଥିଲା । ୨୦୦୩ରେ ଶେଷଥର ପାଇଁ ନଭେମ୍ବର ମାସରେ ୬.୧ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ଅନୁଯାୟୀ ସୋମବାର ସର୍ବନିମ୍ନ ତାପମାତ୍ରା ପ୍ରାୟ ସାତ ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.