ଶିବସେନାରେ ଯୋଗଦେବେ ଉର୍ମିଳା!

0 74

ମୁମ୍ବାଇ,୨୯ ।୧୧: ପାଞ୍ଚମାସ ତଳେ କଂଗ୍ରେସ ଛାଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେଇ ପାରନ୍ତି । ବଲିଉଡ୍ ଅଭିନେତ୍ରୀରୁ ରାଜନୀତିରେ ପାଦ ଥାପିଥିବା ଉର୍ମିଳା ମାତୋଣ୍ଡକର କଂଗ୍ରେସରୁ ଟିକେଟ୍ ପାଇ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । କିନ୍ତୁ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ଯାହା ପରେ ସେ ସେପ୍ଟେମ୍ବର, ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତେବେ ଶିବସେନାରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଠିତ ମହାମେଣ୍ଟ ସରକାର ଉର୍ମିଳାଙ୍କୁ ବିଧାନ ପରିଷଦର ସଦସ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସରକାର ମଧ୍ୟ ତାଙ୍କ ନାଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ପାଖକୁ ପଠାଇଥିଲା । ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାର ରାଜ୍ୟପାଳଙ୍କୁ ୧୨ଜଣଙ୍କ ତାଲିକା ପଠାଇଥିଲା, ଯାହାକୁ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦ ପଠାଯାଇଥିଲା । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ମହା ଅଘାଡ଼ି ମହାମେଣ୍ଟ ରହିଛି । ତିନୋଟି ଯାକ ପାର୍ଟି ଚାରିଜଣ ଲେଖାଏ ନାଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଏନସିପି ଏକନାଥ ଖଡସେ, ରାଜୁ ସେଟ୍ଟୀ, ଯଶପାଲ୍ ଭିଙ୍ଗେ ଓ ଆନନ୍ଦ ଶିନ୍ଦେଙ୍କ ନାଁ ପଠାଇଥିଲା । ସେହିପରି କଂଗ୍ରେସ ରଜନୀ ପାଟିଲ୍, ସଚିନ୍ ସାୱନ୍ତ, ମୁଝଫର ହୁସେନ୍ ଓ ଅନିରୁଦ୍ଧ ବନକରଙ୍କ ନାଁ ପଠାଇଥିବା ବେଳେ ଶିବସେନା ଉର୍ମିଳାଙ୍କ ସମେତ ଚନ୍ଦ୍ରକାନ୍ତ ରଘୁବଂଶୀ, ବିଜୟ କରଞ୍ଜକର ଓ ନୀତୀନ ବାନଗୁଡ଼େ ପାଠିଲ୍ ନାଁ ପଠାଇଥିଲା ।

Leave A Reply

Your email address will not be published.