‘ଚାଷୀମାନେ ଦେଶର ଶତ୍ରୁ ନୁହଁନ୍ତି’

0 65

ନୂଆଦିଲ୍ଲୀ ୨୯ ।୧୧ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀମାନେ ସିନ୍ଧୁ ସୀମାରେ ଧାରଣା ଜାରି ରଖିଛନ୍ତି । ସରକାର ସେମାନଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ଯାହାକୁ କି ଚାଷୀ ସଂଗଠନ ଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଚାଷୀ ସଂଗଠନଗୁଡିକ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଚାଷୀମାନେ କହିଛନ୍ତି ତାଙ୍କର ବିରୋଧ ପ୍ରଦର୍ଶନ ଜାରି ରହିବ । ସେମାନେ ସେହି ଜାଗା ଛାଡି କୁଆଡେ ବି ଯିବେ ନାହିଁ । ଏହାରି ମଧ୍ୟରେ ଚାଷୀମାନଙ୍କ ସମର୍ଥନରେ ବାହାରିଛନ୍ତି ସମାଜସେବୀ ଆନ୍ନା ହଜାରେ । ଆନ୍ନା ହଜାରେ କହିଛନ୍ତି “ଚାଷୀଙ୍କ ଦାବିକୁ ମୁଁ ସମର୍ଥନ କରୁଛି । କାଲି ଯଦି ଚାଷୀମାନେ ହିଂସା ପ୍ରଦର୍ଶନ କରନ୍ତି ତେବେ ସେଥିପାଇଁ କିଏ ଦାୟୀ ରହିବ? ଚାଷୀମାନେ ପାକିସ୍ତାନୀ ନୁହଁନ୍ତି, ସରକାର ସେମାନଙ୍କ ସହିତ ସକରାତ୍ମକ ଆଲୋଚନା କରନ୍ତୁ’ । ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶର ଦୁର୍ଭାଗ୍ୟ ଯେ ଚାଷୀମାନେ ଏତେଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ନିର୍ବାଚନ ସମୟରେ ଭୋଟ ମାଗିବାକୁ ରାଜନେତାମାନେ ସେମାନଙ୍କ ଚାଷ ଜମି ଏବଂ ଘରକୁ ଯାଆନ୍ତି । ଏବେ ଚାଷୀମାନଙ୍କ ସମସ୍ୟାକୁ ସରକାର ବୁଝନ୍ତୁ ବୋଲି ଆନ୍ନା ହଜାରେ କହିଛନ୍ତି । ସେ କହିଛନ୍ତି ଚାଷୀମାନଙ୍କ ଉପରେ ପାଣି ମାଡ କରିବା ଅତ୍ୟନ୍ତ ନିନ୍ଦନୀୟ । ଆଜି ଯାହା ଚାଷୀଙ୍କ ସହିତ ହେଉଛି ତାହା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ଲାଗୁଛି । ଚାଷୀମାନେ ଦେଶର ଶତ୍ରୁ ନୁହଁନ୍ତି । ସେଥିପାଇଁ ଏହି ଆନ୍ଦୋଳନକୁ ଯଥାଶୀଘ୍ର ସମାଧାନ କରାଯିବା ଆବଶ୍ୟକ ।

Leave A Reply

Your email address will not be published.