ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

0 75

ନୂଆପଡ଼ା,୩୦ା୧୧: ସ୍ଥାନୀୟ ଏସବିଆଇ ବ୍ରାଞ୍ଚ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହାତ ହୋଇଛ”ି । ଗୁରୁତର ଜଣକ ହେଲେ ସିନାପାଲି ଥାନା ଗୋଡାଲ ଗାଁର ଅକ୍ଷୟ ପଟେଲ(୨୪) । ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁର ବଡ ମେଡିକାଲକୁ ସ୍ଥାନା”ର କରାଯାଇଛି । ଆଜି ମଧ୍ୟାହ୍ନରେ ଗୋଡାଲ ଗାଁର ଅକ୍ଷୟ କୌଣସି କାମରେ ନୂଆପଡ଼ା ସହରକୁ ଆସିଥିଲେ । ଜାତୀୟ ରାଜପଥ ୩୫୩ ଉପରେ ନିଜ ଗାଡି (ଓଡି ୦୮ ଜି ୦୬୪୯)ରେ ଯାଉଥିବା ବେଳେ ସ୍ଥାନୀୟ ଏସବିଆଇ ବ୍ରାଞ୍ଚ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କର ମୁଣ୍ଡରେ ଗଭୀର କ୍ଷତ ଲାଗିଛି । ଅପରାହ୍ନରେ ତାଙ୍କର ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନା”ର କରିଥିଲେ ।

Leave A Reply

Your email address will not be published.