ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରତର

0 70

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମ ନିକଟରେ ଦୁଇ ଗୋଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଛେଳିଗଡ ଗ୍ରାମରୁ ସମ୍ବଲପୁର ଜିଲ୍ଲା ଅଭିମୁଖେ ରେକ୍ସିନ ବୀର(୩୧) ଓ ତାଙ୍କ ବାପା ଆଶ୍ୱାସନ ବୀର ଏକ ବାଇକ ଯୋଗେ ଯାଉଥିବାବେଳେ ଦମାଦୁଆ ଗ୍ରାମରୁ ମୋହନା ଅଭିମୁଖେ ଆସୁଥିବା ଶ୍ରୀନୁ ନାଇକ(୧୭) ଯିଏକି ଜଣେ ନାବାଳକ ଙ୍କ ବାଇକ ସହ ଏକ ବୁଲାଣିଆ ଓ ଗଡାଣିଆ ରାସ୍ତାରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ରେକ୍ସିନ ବୀରଙ୍କ ମୃତ୍ୟୁ ଘଟିଥିବାବେଳେ ଶ୍ରୀନୁ ନାଇକ ଏବଂ ଆସ୍ୱାସନ ବୀରଙ୍କୁ ସ୍ଥାନୀୟ ଲୋକେ ମୋହନା ସ୍ଥିତ ଚିକିତ୍ସାଳୟରେ ଚିକିତ୍ସିତ ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ଶ୍ରୀନୁଙ୍କ ମୃତ୍ୟୁ ଘଟିଥିବାବେଳେ ଆଶ୍ୱାସନଙ୍କ ଅବସ୍ଥା ସଂଙ୍କଟାପନ୍ନଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡମେଡିକାଲକୁ ଅଧିକା ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଅଡବା ପୋଲିସ ପହଞ୍ôଚ ମୃତ ଦେହ ଏବଂ ଉଭୟ ଗାଡିକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁରକୁ ପଠାଇ ଦିଆଯାଇଥିବାର ଜଣାପଡିଛି । ଏନେଇ ଅଡବା ଥାନାରେ ୧୨୭/୨୦ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଏବଂ ଏସ୍.ଆଇ. ଉକ୍ରଳ ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.