ମୋଟୋରୋଲା ପକ୍ଷରୁ ନୂଆ ମୋଟୋ ଜି ୫ଜି ଉନ୍ମୋଚିତ

0 70

ଭୁବନେଶ୍ୱର: ମୋଟୋରୋଲା ପକ୍ଷରୁ ଏହାର ନୂଆ ମୋଟୋ ଜି ୫ଜି ସହିତ ଏହାର ନୂତନ ଉତ୍ପାଦର ଶୂଭାରମ୍ଭର ଘୋଷଣା କରାଯାଇଛି । ଏହି ନୂଆ ସ୍ମାର୍ଟଫୋନ ଏକ ଫ୍ୟୁଚରପ୍ରୁଫ୍ ଅଲ୍ଟ୍ରା-ଫାଷ୍ଟ ୫ଜି କ୍ଷମତା ଓ ଏକ ପାୱାରହାଉସ୍ ସ୍ନାପ୍ଡ୍ରାଗନ ୭୫୦ଜି ପ୍ରୋସେସର ସହିତ ପରବର୍ତ୍ତୀ ପିଢିର ଫିଚର ପ୍ରଦାନ କରୁଛି । ଏହି ଡିଭାଇସ୍ ଦ୍ରୁତ ପ୍ରଦର୍ଶନ, ଲ୍ୟାଗ୍-ଫ୍ରି ଷ୍ଟ୍ରିମିଙ୍ଗ୍ ଓ ଏହାର ନିୟର-ଷ୍ଟକ୍ ଆଣ୍ଡ୍ରଏଡ୍ ୟୁଆଇ ସହ ଆପଣଙ୍କର କାର୍ଯ୍ୟଗୁଡିକରେ ଉନ୍ନତ ପ୍ରଦର୍ଶନ କରିବାକୁ ସକ୍ଷମ ହେବ । ଦୁଇ ଦିନରୁ ଅଧିକ ସମୟର ପାୱାର ସହିତ ୫୦୦୦ ମେଗାଜର୍ହ ବ୍ୟାଟେରୀ, ୬ ଜିବି ରାମ୍, ୧୨୮ଜିବି ବିଲ୍ଟ-ଇନ୍ ଷ୍ଟୋରେଜ୍, ୬.୭ ଇଞ୍ଚ୍ ମ୍ୟାକ୍ସ ଭିଜନ ଏଚ୍ଡିଆର୍୧୦ ଡିସ୍ପ୍ଲେ, ୪୮ଏମ୍ପି କ୍ୟାମେରା ସିଷ୍ଟମ ଓ ଏକ ସମର୍ପିତ ଗୁଗଲ ଆସିଷ୍ଟାଣ୍ଟ୍ ବଟନ ଭଳି ଅତିରିକ୍ତ ଫିଚରଗୁଡିକ ଏହାକୁ ଭାରତର ସବୁଠାରୁ ଶସ୍ତାମୂଲ୍ୟରେ ଏକ ଆକର୍ଷଣୀୟ ସ୍ମାର୍ଟଫୋନ୍ରେ ପରିଣତ କରୁଛି । ଅଲ୍ଟ୍ରା-ଫାଷ୍ଟ ମୋଟୋ ଜି ୫ଜି ୧୦୦% ଭାରତରେ ନିର୍ମିତ ଏବଂ ଏହା ୨୦,୯୯୯ ଟଙ୍କାର ଉଲ୍ଲେଖନୀୟ ମୂଲ୍ୟରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ଏଚ୍ଡିଏଫ୍ସି ବ୍ୟାଙ୍କ କାର୍ଡ ଉପରେ ୧୦୦୦ ଟଙ୍କାର ତକ୍ରାଳ ରିହାତି ପାଇପାରିବେ, ଯାହାକି ଏହି ସ୍ମାର୍ଟଫୋନ୍କୁ ମାତ୍ର ୧୯,୯୯୯ ଟଙ୍କାରେ ପ୍ରଭାବୀ ରୂପେ ଉପଲବ୍ଧ କରାଉଛି । ଏହି ସ୍ମାର୍ଟଫୋନ୍ର ବିକ୍ରି ସ୍ୱତନ୍ତ୍ର ଭାବେ ଫ୍ଲିପ୍କାର୍ଟରେ ଆସନ୍ତା ଡିସେମ୍ବର ୭ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ।

Leave A Reply

Your email address will not be published.