ଭାରତର ରେଡ୍ ଲାଇନକୁ କ୍ରସ କଲା ଚାଇନା

0 65

ନୂଆଦିଲ୍ଲୀ, ୧ ।୧୨: ଭାରତ ବିରୋଧରେ ବିସ୍ତାରବାଦୀ ଚାଇନା ତା’ର ରଣନୀତି ସୁଦୃଢ଼ କରିବାରେ ଲାଗିଛି । ପୂର୍ବ ଲଦାଖରେ ଭାରତ ସହ ମୁହାଁମୁହିଁ ସ୍ଥିତି ଦୀର୍ଘ ଦିନ ଧରି ଜାରି ରଖିବାକୁ ଚାଇନା ତା’ର ରଣକୌଶଳ ପ୍ରସ୍ତୁତ କରୁଛି । ଏଥିପାଇଁ ଚାଇନା ନିୟମିତ ଭାବେ ଭାରତ-ତିବ୍ଦତ ସୀମାରେ ତା’ର ବିସ୍ତାରବାଦୀ ନୀତି ଜାରି ରଖିଛି । ୨୦୧୭ ମାର୍ଚ୍ଚରୁ ଜୁନ୍ ଯାଏ ଚାଇନିଜ ପିଏଲଏ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ଭୁଟାନର କିଛି ଅଞ୍ଚଳ ଓ ଡୋକଲାମର ପାର୍ଶ୍ୱବର୍ତ୍ତୀ ଇଲାକା ଦଖଲ କରିବାକୁ ପ୍ରୟାସ କରିଥିଲା । ଭାରତକୁ କୌଶଳଭିତ୍ତିରେ ଚ୍ୟାଲେଞ୍ଜ କରିବାକୁ ଚାଇନା ଚେଷ୍ଟା କରିଥିଲା । ହେଲେ ଭାରତ ଏହାକୁ ପ୍ରତିବାଦ କରିବାରୁ ଉଭୟ ଦେଶ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଦିନ କାଳ ବିବାଦ ଦେଖାଯାଇଥିଲା । ଏବେ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନ ସୀମାରେ ଚାଇନା ଜୋରଜବରଦସ୍ତି ପ୍ରବେଶ କରିଛି । ଭୁଟାନ ସୀମାରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବା ସହ ଆଉ ଗୋଟିଏ ଗାଁ ତିଆରି କରୁଛି । ଭାରତ ସର୍ବଦା ଭୁଟାନର ସୀମାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି । ତଥାପି ଭାରତର ସବୁ ରେଡ୍ ଲାଇନକୁ ଅତିକ୍ରମ କରି ଚାଇନା ସୀମା ଲଙ୍ଘିବାରେ ଲାଗିପଡ଼ିଛି । ଚାଇନା ଅନ୍ତର୍ଜାତୀୟ ବୁଝାମଣାକୁ ପଛପଟୁ ଛୁରା ଭୁସି ଭୁଟାନର କିଛି ଅଞ୍ଚଳକୁ ଦଖଲ କରିନେଇଛି । ଡୋକଲାମ ବିବାଦ ବେଳେ ଭାରତ ଚାଇନା ପାଇଁ ନାଲି ଗାର ଟାଣିଥିଲା । ଏହି ଅଞ୍ଚଳକୁ ବେଜିଂ କେବେ ଅତିକ୍ରମ କରିବ ନାହିଁ ବୋଲି ଭାରତକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ବୁଝାମଣା ଅନୁଯାୟୀ, ଭାରତ କେବେ ହେଲେ ଡୋକଲାମ ନାଲା କ୍ରସ କରିବ ନାହିଁ ଓ ଚାଇନା ଆମୋ ଛୁ ଅତିକ୍ରମ କରିବ ନାହିଁ । ହେଲେ ଏବେ ମିଳିଥିବା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି ଯେ ଚାଇନାର ଯବାନମାନେ ଆମୋ ଛୁ ନଦୀ ନିକଟରେ ବିରାଟ ବ୍ରିଜ୍ ନିର୍ମାଣ କରିଛି । ଏହି ବ୍ରିଜ୍ଟି ଫାଙ୍ଗଡା ଫେଜ-୧ ଗାଁର ଦିଗରେ ୪୦୦ ମିଟର ଦୂରରେ ରହିଛି । ସେହିପରି ବ୍ରିଜ୍ର ଲମ୍ୱ ୪୦ରୁ ୪୫ ମିଟର ଓ ପ୍ରସ୍ଥ ୬ ମିଟିର । ବ୍ରିଜ୍ରେ ୭ଟି ପିୟର୍ସ ଓ ୮ଟି ସ୍ପାନସ ରହିଛି, ଯାହା ଆମୋ ଛୁ ନଦୀର ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଉପକୂଳକୁ ସଂଯୋଗ କରୁଛି । ଭୁଟାନର ଶରସିଙ୍ଘମା ବା ୟାତୁଙ୍ଗ ଉପତ୍ୟକାକୁ ଚାଇନା ସଂପୂର୍ଣ୍ଣ ଭାବେ ଦଖଲ କରିନେଇଥିବା ସ୍ୟାଟେଲାଇଟ ଇମେଜରୁ ଜଣାପଡ଼ିଛି । ଏଠାରେ ଥିବା ବଡ଼ ନଦୀକୁ ବି ଚାଇନା ନିଜ ଅକ୍ତିଆରକୁ ଆଣିଛି । ସେହିପରି ଭାରତ-ତିବ୍ଦତ ସୀମା ନିକଟରୁ ମାତ୍ର ୧୨ କିମି ଦୂରରେ ଚାଇନା ରାସ୍ତା ମଧ୍ୟ ନିର୍ମାଣ କରୁଛି । ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳରେ ବଡ଼ବଡ଼ ଯନ୍ତ୍ରପାତି ଓ ସିମେଣ୍ଟ ମିକ୍ସଚର ରହିଥିବା ସ୍ୟାଟେଲାଇଟ୍ରୁ ଜଣାପଡ଼ିଛି । ପୂର୍ବରୁ ଚାଇନା ପାଙ୍ଗଡା-୧ ଗାଁ ନିର୍ମାଣ କରିଥିବା ବେଳେ ଏବେ ପାଙ୍ଗଡା-୨ ଗାଁ ନିର୍ମାଣ କରୁଛି ।

Leave A Reply

Your email address will not be published.