ଚୀନ୍ ସରକାରଙ୍କ ବିରୋଧରେ କ୍ରୋଧ ଜାହିର କଲେ ଖୋଦ୍ ଚୀନବାସୀ

0 69

ବେଜିଂ, ୧ ।୧୨ : ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ ଏବେସୁଦ୍ଧା ଲକ୍ଷଲକ୍ଷ ଜୀବନ ନେଇସାରିଲାଣି । ଅନେକ ଲୋକ ନିଜ ପରିଜନଙ୍କୁ ହରାଇଛନ୍ତି । ଏପରି ଅନେକ ବ୍ୟକ୍ତି ବେସହାରା ପାଲଟିଛନ୍ତି । ଉହାନ ସହରରେ ରହୁଥିବା ଲିୟୁ ପେନ୍ କରୋନାରେ ବାପାଙ୍କୁ ହରାଇବା ପରେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ଏପରିକି ନିଜ ବ୍ୟବସାୟ ମଧ୍ୟ ବନ୍ଦ କରିଦେଇଛନ୍ତି । ଭହାନରେ କରୋନା ମାମଲା ଆସିବାର ଗୋଟିଏ ବର୍ଷ ପୁରିଥିଲେ ବି ଅବସ୍ଥା ସୁଧୁରିନାହିଁ । ମୃତକଙ୍କ ପରିଜନ ଭୟ ଓ ଆଶଙ୍କାରେ ରହିଛନ୍ତି । ଚୀନ ସରକାରଙ୍କ ବିଫଳତାର ପରିଣାମ ସେମାନେ ଭୋଗୁଛନ୍ତି । ଲିୟୁନାମକଜ ଜଣେ ବ୍ୟକ୍ତି ଉହାନରେ କରୋନା ଅବ୍ୟବସ୍ଥା ନେଇ ଚୀନ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ତାଙ୍କର ୭୮ ବର୍ଷୀୟ ପିତା ଲିୟୁ ଓକିଂ କରୋନାରେ ପ୍ରାଣ ହରାଇଥିଲେ । ଜାନୁଆରୀ ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁକୁ ନେଇ ଲିୟୁ କହିଛନ୍ତି ଯେ, ଜାନୁଆରୀ ୨୯ରେ ପିତା ମୃତ୍ୟୁବରଣ କଲେ । ଏହାପରେ ତାଙ୍କୁ ପାଗଳଙ୍କ ଭଳି ଲାଗିଥିଲା । ଏପରିକି ସେ ମଧ୍ୟ ପିତାଙ୍କ ମୃତ୍ୟୁ ଦିନ ମରିଯିବାକୁ ତାହୁଁଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଏପରିକି ଚୀନ ସରକାରଙ୍କ ବିଫଳତାର ଗୁମର ମଧ୍ୟ ସେ ଖୋଲିଛନ୍ତି । ୨୦୧୯ରେ ଆରମ୍ଭ ହୋଇଥିବା ଭାଇରସର ସଂକ୍ରମଣ ରୋକିବାରେ ସରକାର ବିଫଳ ହୋଇଥିଲେ । ଫଳରେ ୪୦୦୦ରୁ ଅଧିକ ଜୀବନ ଯାଇଥିଲା । ଏବେ ଲିୟୁ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି । ବୁଦ୍ଧଙ୍କୁ ପ୍ରାର୍ଥନା କରୁଛନ୍ତି । ସେହିପରି ଝୋଙ୍ଗ୍ ହାନେଙ୍ଗ୍ ଏବେବି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି । ସେ ନା ଶାନ୍ତିରେ ଶୋଉଛନ୍ତି ନା ଖାଉଛନ୍ତି । ତାଙ୍କ ପୁତ୍ର ୧୦ ମାସ ତଳେ କୋଭିଡରେ ପ୍ରାଣ ହରାଇବା ପରେ ବି ପୁଅକୁ ଝୁରୁଛନ୍ତି ଝୋଙ୍ଗ୍ । ଆହୁରି ମଧ୍ୟ ପୁନଃ ସଂକ୍ରମଣ ଆଶଙ୍କା ତାଙ୍କୁ ଘାରିଛି । ଝୋଙ୍ଗଙ୍କ ୩୯ ବର୍ଷୀୟ ପୁଅ ପେଙ୍ଗ୍ ଇ ଜଣେ ଶିକ୍ଷକ ଥିଲେ । ପୁଅ ମୃତ୍ୟୁ ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି । ଫେବ୍ରୁଆରୀରେ ତାଙ୍କର ମୃତ୍ୟୁ ଘଟିଥିଲା । ପେଙ୍ଗ୍ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଝିଅ ଏକା ହୋଇଯାଇଛନ୍ତି । ଝୋଙ୍ଗ୍ କହିଛନ୍ତି ଯେ, ପୁଅର ମୃତ୍ୟୁ ପରେ ସେ କିଛି ଦିନ ପାଇଁ ପାଗଳ ହୋଇଯାଇଥିଲେ । କଣ କରିବେ ବୁଝିପାରୁ ନଥିଲେ । ତାଙ୍କ ପତି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସେ ଆଶଙ୍କା କରୁଛନ୍ତି । ଏପରିକି ପୁଅକୁ ହାରଇବା ପାଇଁ ପ୍ରଶାସନ ଦାୟୀ । ଏହି ଘଟଣା ପରେ ତାଙ୍କ ପରିବାର ସହ ଅନ୍ୟ କୌଣସି ସମ୍ପର୍କୀୟ ସମ୍ପର୍କ ରଖୁ ନାହାଁନ୍ତି । ଏକ ଅଜଣା ଭୟ ତାଙ୍କୁ ଘାରିଛି । ସେ ଏକଲା ଅନୁଭବ କରୁଥିବା ଏକ ସାକ୍ଷାତକାରରେ କହିଛନ୍ତି । ଝୋଙ୍ଗଙ୍କ ଅଭିଯୋଗକୁ ସୋସିଆଲ ମିଡିଆରେ ଅନେକ ଚୀନ ନାଗରିକ ସମର୍ଥନ କରିଛନ୍ତି । ସମର୍ଥନ କରୁଥିବା ଲୋକଙ୍କୁ ପୋଲିସ ବଳପୂର୍ବକ ଆକ୍ରମଣ କରିବା ସହ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ଆହୁରି ମଧ୍ୟ କୋଭିଡ୍ ପୀଡିତଙ୍କ ପରିବାରୁ କୁଆଡେ ଯିବାକୁ ବି ପୋଲିସ ଅନୁମତି ଦେଉନାହିଁ ।

Leave A Reply

Your email address will not be published.