ଚନ୍ଦା କୋଚରଙ୍କୁ ମିଳିଲାନି ଆଶ୍ୱସ୍ତି

0 74

ନୂଆଦିଲ୍ଲୀ, ୧ ।୧୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ ସୁପ୍ରିମକୋର୍ଟରୁ ଆଉ ଏକ ଝଟକା ଲାଗିଛି । ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି । ଚନ୍ଦା କୋଚର ବ୍ୟାଙ୍କରୁ ତାଙ୍କୁ ବରଖାସ୍ତ କରାଯିବା ବିରୋଧରେ ଦାଖଲ ଯାଚିକାକୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଖାରଜ କରାଯିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି, ଆମକୁ କ୍ଷମା କରିବେ, ଆମେ ଉଚ୍ଚ ନ୍ୟାୟାଳୟର ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନାହୁଁ । ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଏହି ମାମଲା ଘରୋଇ ବ୍ୟାଙ୍କ ଓ କର୍ମଚାରୀଙ୍କ ମଧ୍ୟରେ ରହିଛି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି । ଚନ୍ଦା କୋଚର ବମ୍ୱେ ହାଇକୋର୍ଟର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Leave A Reply

Your email address will not be published.