ବିଷ ପବନ ଆହାର କରୁଛନ୍ତି ଦିଲ୍ଲୀବାସୀ

0 81

ନୂଆଦିଲ୍ଲୀ, ୧ ।୧୨: ବିଷ ପବନ ଆହାର କରୁଛନ୍ତି ଦିଲ୍ଲୀବାସୀ । ଅର୍ଥାତ ରାଜଧାନୀ ଦିଲ୍ଲୀରେ ପୁଣିଥରେ ବଢିଛି ପ୍ରଦୂଷଣର ମାତ୍ରା । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ତାପମାତ୍ରାରେ ହ୍ରାସ ଓ ପବନର ଗତି ମନ୍ଥର ହେବା ଯୋଗୁଁ ଡିସେମ୍ବର ମାସରେ ବାୟୁ ପ୍ରଦୂଷଣର ସ୍ତର ଆହୁରି ଖରାପ ହେବାର ଆଶଙ୍କା ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁଯାୟୀ ମଙ୍ଗଳବାର ସକାଳେ ଦିଲ୍ଲୀର ସୋନିଆ ବିହାର, ଆନନ୍ଦ ବିହାର, ଓଖଲା ଓ ଆଇଟିଓ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ଶ୍ରେଶୀରେ ଥିବା ରେକର୍ଡ କରାଯାଇଛି । ଏପରିକି ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (୩୦୭) ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଡିସେମ୍ବର ୬ ତାରିଖ ବେଳକୁ ୱେଷ୍ଟର୍ଣ୍ଣ ଡିଷ୍ଟରବେନ୍ସ ଯୋଗୁଁ ପାହାଡ ଉପରେ ବରଫାପାତ ହେବାର ସମ୍ଭାବନା ରହିଛି । ଯାହାଫଳରେ ଦିଲ୍ଲୀରେ ପୁଣିଥରେ ଥଣ୍ଡା ପବନ ବହିବା ସହିତ ତାପମାତ୍ରା ହ୍ରାସ ପାଇବ । ଏହାବ୍ୟତୀତ ଡିସେମ୍ବର ୯-୧୦ ବେଳକୁ ପୁଣିଥରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Leave A Reply

Your email address will not be published.