୫ ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ୫ ଗିରଫ

0 74

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ପକ୍ଷରୁ ୫ଗୋଟି ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟରକୁ ଜବତ କରାଯାଇ ଏହାର ୫ଜଣ ଚାଳକମାନଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ ଗୁରାଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ଠାରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ବିଭିନ୍ନ ସ୍ଥାନରେ ମୋଟ ୫ଗୋଟି ବାଲି ବଝୋଇ ଟ୍ରାକ୍ଟରକୁ ଅଟକା ଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କାଗଜ ପତ୍ର ସଠିକ ନଥିବାର ଦେଖିବାକୁ ପାଇଥିଲେ । ଏହାକୁ ଭିତ୍ତି କରି ଗୁରାଣ୍ଡି ଥାନାରେ ପୃଥକ ଭାବେ ୫ଗୋଟି ମାମଲା ଯଥା ୯୩, ୯୪, ୯୬, ୯୭, ଓ ୯୮/୨୦ରେ ରୁଜୁ କରାଯାଇ ସମସ୍ତ ଟ୍ରାକ୍ଟରର ଡ୍ରାଇଭରମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ମମତା କୁମାରୀ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.