୧୬ ବର୍ଷର ରେକର୍ଡ ଭାଙ୍ଗିଲା ତୁଷାରପାତ

0 72

ଶିମଲା, ୨ ।୧୨ : ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଛି । ତୁଷାରପାତ ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ନଭେମ୍ୱର ମାସରେ ହୋଇଥିବା ତୁଷାରପାତ ଗତ ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୦୪ ମସିହା ପରେ ନଭେମ୍ବର ମାସରେ ଭୀଷଣ ତୁଷାରପାତ ହୋଇଛି । ଉଚ୍ଚତମ ସ୍ଥାନ ମନାଲି, କେଲାଙ୍ଗ, କଲ୍ପା, ଖଦରାଲାରେ ଏଥର ସର୍ବାଧିକ ତୁଷାରପାତ ହୋଇଛି । କଲ୍ପାରେ ୬୪.୬ ସେଣ୍ଟିମିଟର, କେଲାଙ୍ଗରେ ୫୭, ଖଦରାଲାରେ ୫୧.୬ ଓ ମନାଲିରେ ୧୨ ସେଣ୍ଟିମିଟର ତୁଷାରପାତ ହୋଇଛି । କଲ୍ପାରେ ୨୦୦୪ ପରେ ଓ ଖଦରାଲାରେ ୨୦୦୯ ପରେ ଏହା ସର୍ବାଧିକ ତୁଷାରପାତ । ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ଏଥର ଶିମଲାରେ ତୁଷାରପାତ ଗତ ୧୦ ବର୍ଷର ରେକର୍ଡ ଜାରି କରିଛି । ହିମାଚଳରେ ଚଳିତ ବର୍ଷ ନଭେମ୍ବରରେ ସାମାନ୍ୟ ଠାରୁ ୧୧୨ ପ୍ରତିଶତ ବର୍ଷା ହୋଇଛି । ନଭେମ୍ବର ହାରାହାରି ୪୩ ମିଲିମିଟର ବର୍ଷା ହୋଇଛି । ଏହି ଅବଧିରେ ୨୦ ମିଲିମିଟର ବର୍ଷା ସାମାନ୍ୟ ବୋଲି କୁହାଯାଏ । ଲଗାତାର ଦ୍ୱିତୀୟ ବର୍ଷ ଅଧିକ ବର୍ଷା ହୋଇଛି । କୁଲ୍ଲୁ, ଶିମଲା, ସୋଲନ ସିରମୌରରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ବର୍ଷା ହୋଇଛି । ହିମାଚଳ ପ୍ରଦେଶର ସମସ୍ତ ଅଞ୍ଚଳରେ ମଙ୍ଗଳବାର ଦିନ ପାଗ ସଫା ଥିଲା । ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ରେକର୍ଡ ହୋଇଛି । ଡିସେମ୍ୱର ୭ ତାରିଖ ଯାଏଁ ୧୦ ଜିଲ୍ଲାରେ ପାଗ ସଫା ରହିବାର ପୂର୍ବାନୁମାନ କରାଯାଇଛି । ଡିସେମ୍ୱର ୭ରେ ଉଚ୍ଚ ପାହାଡିଆ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି । ମଙ୍ଗଳବାର ଦିନ କେଲାଙ୍ଗରେ ସର୍ବନିମ୍ନ ତାପମାତ୍ରା ମାଇନସ୨.୬ ଡିଗ୍ରୀ ଥିଲା । ଶିମଲାରେ ୧୦.୨ ଡିଗ୍ରୀ ଓ ମନାଲିରେ ୪ ଡିଗ୍ରୀ ଥିଲା ।

Leave A Reply

Your email address will not be published.