ସେବାୟତଙ୍କ ସହ କଥା ହେଲେ: ସମସ୍ୟା ବି ଶୁଣିଲେ

0 70

ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ର ଯୋଜନାର ଅଗ୍ରଗତି ସମୀକ୍ଷା ଲାଗି ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନରେ ଆସିଥିବା ଅବସରରେ ସେବାୟତଙ୍କ ସହ ସାମ୍ନାସାମ୍ନି ସେ କଥା ହୋଇଥିଲେ । ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ଜଣାଇଥିଲେ । ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଶ୍ରୀଲିଙ୍ଗରାଜ ମନ୍ଦିର ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଉ ସେମାନଙ୍କୁ ସେ ଉତ୍ତର ଦେଇ କହିଥିଲେ, “କରିବି କରିବି, ପକ୍କା ଆଇନ କରିବି । ଏଥିସହ ସେବାୟତମାନେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ତାଙ୍କ ଶାସନ କାଳରେ ବହୁବିଧ ଉନ୍ନତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଦେଇଥିବାରୁ ପୁରୁଣା ଭୁବନଶ୍ୱରବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ସେ ଭୁଲି ନଥିଲେ । ସେପଟେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ଏକ ସ୍ୱତନ୍ତ୍ର ଆଇନ । ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ କାମ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପ୍ରକଳ୍ପ କାମ ବୁଲି ଦେଖିବା ସହ ସିଂହଦ୍ୱାରକୁ ଯାଇ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛନ୍ତି । ଏହାପରେ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.