ବାଲି ଟ୍ରାକ୍ଟର ଜବତ ଓ ଡ୍ରାଇଭର ଗିରଫ ପ୍ରତିବାଦରେ ଟ୍ରାକ୍ଟର ମାଲିକ ସଂଘର ବିକ୍ଷୋଭ

0 71

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକର ମହେନ୍ଦ୍ରତନୟା ଟ୍ରାକ୍ଟର ମାଲିକ ସଂଘ ତରଫରୁ ତହସିଲ ଓ ଥାନା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଜଣାପଡିଛି । ଏହି ବିକ୍ଷୋଭ ସମ୍ପର୍କରେ ଜଣାଇଛନ୍ତି ଯେ ଆମେ ଛୋଟ ଛୋଟ ମାଲିକ ଏଥିରେ ଆମର ପରିବାର ପୋଷଣ କରୁଥିବାବେଳେ ଡ୍ରାଇଭର ଓ ଶ୍ରମିକ ମାନେ ସେମାନଙ୍କ ଜୀବନ ଜୀବିକା ଟ୍ରାକ୍ଟର ମାଧ୍ୟମରେ ଚଳାଇ ଆସୁଛନ୍ତି । ଏ ନେଇ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ଥାନା ଅଧିକାରୀ କୋର୍ଟ ଚାଲାଣ କରୁଥିବାବେଳେ ତହସିଲ ଅଧିକ ଫାଇନ ଆଦାୟ କରୁଛନ୍ତି । ତେବେ ଏହାର ପ୍ରତିବାଦରେ ଗଜପତି ଜିଲ୍ଲା ରାୟଗଡରେ ବୁଧବାର ଥାନା ଓ ତହସିଲ କାର୍ଯ୍ୟାଳୟ ଆଗରେ ମହେନ୍ଦ୍ରତନୟା ଟ୍ରାକ୍ଟର ମାଲିକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉକ୍ତ ସମସ୍ୟାର ସମାଧାନ ଆଗାମୀ ଦିନରେ ସମାଧାନ ନହେଲେ ଆଗାମୀ ଦିନରେ ଧାରଣା ଓ ଅନଶନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ବୁର୍ଜାଙ୍ଗ ଛକ ଠାରୁ ମହେନ୍ଦ୍ରତନୟା ଟ୍ରାକ୍ଟର ସଂଘର ଶତାଧିକ କର୍ମଚାରୀ ବାଇକ ରାଲିରେ ବାହାରି ତହସିଲ ଅଭିସ ସମ୍ମୁଖରେ ପହଞ୍ôଚ ବିଭିନ୍ନ ନାରାବାଜି ଦେଇଥିଲେ ଏବଂ ତହସିଲଦାର ଲିଲାବତୀ ଆଚାର୍ଯ୍ୟଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏନେଇ ତହସିଲଦାର ଲିଲାବତୀ ଆଚାର୍ଯ୍ୟ କହିଛନ୍ତି ଯେ ଜୋରିମାନା ନିୟମ ଅନୁସାରେ କଟାଯାଉଛି । ପରିବେଶ ମଞ୍ଜୁରୀ ନମିଳିବା ଯାଏଁ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଏହାକୁ ଅବମାନନା କରି ବାଲି ଉଠାଇଲେ ସରକାରଙ୍କ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କହିଥିବାବେଳେ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣ କହିଛନ୍ତି ଯେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ମାଲିକ ସଂଘ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପ୍ରକାଶ କରିଛନ୍ତି । ତେବେ ଆଗାମୀ ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗରେ ତହସିଲ ଓ ଥାନା ଆଗରେ ସବୁ ଗାଡିଗୁଡିକ ଆଣି ରଖି ଧାରଣାରେ ବସିବୁ ବୋଲି ସଂଘର ସଭାପତି ପ୍ରଦୀପ କୁମାର ଦଳାଇ, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ଉମାକାନ୍ତ ଗୌଡ, ସାହେବ ଗୌଡ, ନବୀନା ଗୌଡ, ବି. ଶଙ୍କର ରାଓଙ୍କ ସମେତ ମାଲିକମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.