ପାନୀୟ ଜଳ ପାଇଁ ଡହକବିକଲ ଗ୍ରାମବାସୀ – ପ୍ରଶାସନ ନିରବଦ୍ରଷ୍ଟା

0 75

ଧର୍ମଗଡ : ଗ୍ରାମାଞ୍ଚଳ ର ଲୋକ ଙ୍କୁ ବିଶ୍ୁଦ୍ଧ ପାନୀୟ ଜଳ ଯୋଗାଣ ବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମଞ୍ଚଳ ରେ ଏହି ଯୋଜନା ସବୁ ବାଟ ବଣା ହୋଇଛି । ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଅନେକ ଲୋକଙ୍କ ମୃତ୍ୟୁ ପରେ ନଦୀରୁ ପାନୀୟ ଜଳ ଯୋଗାଣ ହେଲା କିନ୍ତୁ କିଛି ଦିନ ଯୋଗାଣ ହେଲା ପରେ ପୁଣି ଜଳ ଯୋଗାଣ ବନ୍ଦ ପରେ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡୁମେରଗୁଡା ଗାଁ ହେଉଛି ଅଭିଶପ୍ତ ଗାଁ । ଏହି ଗାଁରେ ଥିବା ନଳକୁପ ଗୁଡିକରୁ ଅଧିକାଂଶ ନଳକୁପରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବାରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁବରଣ କରିସାରିଲେଣି । ହେଲେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଗ୍ରାମବାସୀଙ୍କ ଆନ୍ଦୋଳନ ପରେ ଏହି ଗାଁରେ ପ୍ରାୟ ୩କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଓଭରହ୍ୟାଡ ଟ୍ୟାଙ୍କ ନିର୍ମାଣ କରାଯାଇ ସ୍ଥାନୀୟ ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସ୍ଥିର କରାଯାଇ ଓଭରହ୍ୟାଡ ଟ୍ୟାଙ୍କ ନିର୍ମାଣ ହୋଇ ଡୁମେରଗୁଡା ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଗଲା ।

ହେଲେ କିଛି ଦିନ ପାନୀୟ ଜଳ ଯୋଗାଣ ହେବା ପରେ ଜଳ ଯୋଗାଣ ବନ୍ଦ ହେବା ଫଳରେ ଗ୍ରାମବାସୀ ଏବେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭେିଯାଗ କରିଛନ୍ତି । ଏବେ ମଧ୍ୟ ପାନୀୟ ଜଳ ଯୋଗାଣ ବନ୍ଦ ହେବା ପରେ ନଲକୁପ ପାଣି ପିଇ ଅନେକ କିଡନୀ ରୋଗରେ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ନଦୀରୁ ପୁଣି ଥରେ ପାନୀୟ ଜଳ ଯୋଗାଇବାକୁ ଦାବୀ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ଥିବା କଥାକୁ ନେଇ ସ୍ଥାନୀ ୟସରପଂଚ ସୁରେଶ ଭଇଁସାଲକୁ ଯୋଗାଯୋଗ କରିଥିବା ବେଳେ ସେ କେବେ ଓଭରହ୍ୟାଡ ଟ୍ୟାଙ୍କରୁ ଜଳ ଯୋଗାଣ କରାଗଲା ତାହା ଜାଣିନଥିବା ସହିତ ପଂଚାୟତକୁ ଓଭରହ୍ୟାଡ ଟ୍ୟାଙ୍କ ଜଳ ଯୋଗାଣ ହସ୍ତାନ୍ତର କରାଯାଇ ନାହିଁ ଏବଂ ଯଦି ଜଳ ଯୋଗାଣ ବନ୍ଦ ଅଛି ତେବେ ତୁରନ୍ତ ଜଳ ଯୋଗାଣ କରିବାକୁ ଦାବୀ କରିଥିବା ବେଳେ ବକେୟା ବିଦ୍ୟୁତ ବିଲ୍ ଯୋଗୁଁ ଜଳ ଯୋଗାଣ ବନ୍ଦ ଥିବା ବେଳେ ବିଦ୍ୟୁତ ବିଲ୍ ପଇଠ କଲେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଅଙ୍କିତ ପ୍ରତିକ ଟୋପୋ ପ୍ରତିକ୍ରିୟା ଦେଇଛନ୍ତି । ପଂଚାୟତକୁ ପାଣି ଟାଙ୍କି ଓ ଜଳ ଯୋଗଣ ବ୍ୟବସ୍ଥା ହସ୍ତାନ୍ତର କରାଯାଇନଥିବା ବେଳେ ବର୍ତମାନ ବକେୟା ଥିବା ବିଦ୍ୟୁତ ବିଲ କିଏ ପଇଠ କରିବ ଏବଂ କେବେ ପୁଣି ଥରେ ବିଶୁଦ୍ଧ ପାନୀୟ ଜଳ ଡୁମେରଗୁଡା ବାସୀ ପାଇ ପାରିବେ ଏବଂ କିଡନୀ ରୋଗରୁ ନିଜକୁ ଦୁରେଇ ରଖିବେ ଏବଂ ସରକାର ଏହି ଗ୍ରାମ ତୁରନ୍ତ ଦୃଷ୍ଟି ଦେଇ ସମାଧାନ ନକଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.