ବିଜ୍ଞାନ ଦୁନିଆର ଏକ ଯୁଗର ଅବସାନ

0 70

ଭାଙ୍ଗିଗଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍ ଭୁଶୁଡ଼ି ପଡ଼ିଛି । ଯାହାଫଳରେ ଏବେ ଏଲିଏନ୍ ଦୁନିଆ ଓ ଆଷ୍ଟରଏଡର ସମସ୍ତ ଟିକନିକ୍ ଖବର ଦେଉଥିବା ଅବଜରଭେଟୋରୀ ଭାଙ୍ଗିଯାଇଛି । ଏହି ପୂରା ଅଣ୍ଟିନା ୪୫୦ ଫୁଟ୍ ତଳକୁ ଖସି ପଡ଼ିଛି । ଗତମାସରେ ଏହାର ଏକ କେବଲ୍ ଭାଙ୍ଗିବା ଦ୍ୱାରା ଆଣ୍ଟିନା କ୍ଷତିଗ୍ରସ୍ତ ହୋଇଛଥିଲା । ଏହା ପରେ ମଙ୍ଗଳବାର ଆଣ୍ଟିନାର ଉପରି ଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଏହି କାରଣରୁ ଡିଶ୍ ଆଣ୍ଟିନା ମଧ୍ୟ ଭାଙ୍ଗିପଡ଼ିଛି । ଏହି ଆଣ୍ଟିନା ଉପରେ ଜେମ୍ସ ବଣ୍ଡ ସିରିଜର ଫିଲ୍ମ “ଗୋଲ୍ଡେନ୍ ଆଇ’ ଶୁଟିଂ ମଧ୍ୟ ହୋଇଥିଲା । ଏହି ଆଣ୍ଟିନା ଦ୍ୱାରା ମହାକାଶରେ ବିପତ୍ତି ସମ୍ବନ୍ଧୀୟ ଯଥା ଆଷ୍ଟରଏଡ୍, ମୋଡିୟାର୍ସ ଓ ଏଲିଏନ୍ ଜଗତର ଖବର ବୈଜ୍ଞାନିକମାନଙ୍କୁ ଦିଆଯାଉଥିଲା । ଏହି ଆଣ୍ଟିନା ପୁଏର୍ତା ରିକୋରେ ଥିବା ଆରେସିବୋ ଅଭଜରଭେଟୋରୀରେ ଲଗାଯାଇଛି । ଆନା ଜି. ମେଣ୍ଡେସ୍ ୟୁନିଭର୍ସିଟି, ନ୍ୟାଶନାଲ୍ ସାଇନ୍ସ ଫାଉଣ୍ଡେସନ୍ ଏବଂ ୟୁନିଭରସିଟି ଅଫ୍ ଫ୍ଲୋରିଆ ଦ୍ୱାରା ଏହି ଆଣ୍ଟିନା ପରିଚାଳିତ ହେଉଛି । ଏହି ଅଭଜରଭେଟୋରୀରେ ୧୦୦୦ରୁ ଅଧିକ ଫୁଟର ବ୍ୟାସ ଗୋଲାର୍ଦ୍ଧ ଆଣ୍ଟିନା ରହିଛି, ଯାହା ସୁଦୁର ମହାକାଶରେ ହେଉଥିବା ସମସ୍ତ ଗତିବିଧିର ଖବର ଦିଏ । ଏହାର ମୁଖ୍ୟ କାମ ହେଉଛି ଭୂପୃଷ୍ଠ ଆଡ଼କୁ ଆସୁଥିବା ଖବର ସମ୍ବନ୍ଧରେ ସୂଚନା ଦିଏ । ଏହି ଆଣ୍ଟିନାରେ ୪୦ହଜାର ଆଲୁମିନିୟମର ପ୍ୟାନେଲ୍ ଲାଗିଛି, ଯାହା ସିଗନାଲ୍ ପାଇବାରେ ସହାୟକ ହୋଇଥାଏ । ଏହି ଆଣ୍ଟିନାକୁ ଆରେସିବୋ ରାଡାର୍ ମଧ୍ୟ କୁହାଯାଏ । ଆରେସିବୋ ଅଭଜରଭେଟୋରୀକୁ ତିଆର କରିବାର ଆଇଡିଆ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟର ପ୍ରଫେର୍ସ ୱିଲିୟମ୍ ଇ ଗାର୍ଡେନଙ୍କର ହାତ ଥିଲା । ଏହି ଅଭଜରଭେଟୋରୀକୁ ନିର୍ମାଣ କରିବା ପାଇଁ ତିନିବର୍ଷ ଲାଗିଥିଲା । ଏହାର ନିର୍ମାଣ କାର୍ଯ୍ୟ ୧୯୬୦ରେ ଆରମ୍ଭ ହୋଇଥିଲା, ଯାହା ୧୯୬୩ରେ ଶେଷ ହୋଇଥିଲା । ଏହି ଆଣ୍ଟିନାର ମଝିରେ ମଝିରେ ଏକ ରିଫ୍ଲେକ୍ଟର ରହିଛି, ଯାହା ବ୍ରିଜ୍ ସହାୟତାରେ ଲଟକିଛି । ଏଥିରେ ସେହିଭଳି ଦୁଇଟି ରିଫ୍ଲେକ୍ଟର ରହିଛି । ପ୍ରଥମ ୩୬୫ ଫୁଟ୍ ଏବଂ ଦ୍ୱିତୀୟଟି ୨୬୫ ଫୁଟ୍ ଉଚ୍ଚରେ ରହିଛି । ସମସ୍ତ ରିଫ୍ଲେକ୍ଟରକୁ ତିନୋଟି ସୁଉଚ୍ଚ ଏବଂ ମଜଭୁତ୍ କଙ୍କ୍ରିଟ୍ ଦ୍ୱାରା ଟାୱାରରେ ବନ୍ଧା ଯାଇଥିଲା । ବାନ୍ଧିବା ପାଇଁ ୩.୨୫ ଇଞ୍ଚ ମୋଟା ଷ୍ଟିଲ୍ ତାରର ଉପଯୋଗ କରାଯାଇଥିଲା । ଆରେସିବୋ ରାଡାର ଅର୍ଥାତ୍ ଆଣ୍ଟିନା ମୋଟ ୨୦ ଏକର ଜାଗାରେ ବ୍ୟାପିଛି । ଏହାର ଗଭୀରତା ୧୬୭ ଫୁଟ୍ । ଏହି ଅବଜରଭେଟୋରୀର ଯେଉଁ କେବୁଲ୍ ଭାଙ୍ଗିଛି, ତା’ ଉପରେ ୫.୪୪ କେଜିର ଓଜନ ଥିଲା । ଏହି କାରଣରୁ ଆଲୁମିନିୟମରେ ନିର୍ମିତ ଆଣ୍ଟିନାର ୧୦୦ ଫୁଟ ଅଂଶ ଫାଟି ଯାଇଛି । ଏହି ଆଣ୍ଟିନା ସହାୟତାରେ ସାରା ଦୁନିଆର ପାଖାପାଖି ୨୫୦ ବୈଜ୍ଞାନିକ ମହାକାଶ ନଜର ରଖିଛନ୍ତି । ମଙ୍ଗଳବାର ରାତିରେ ଏହାର ସମସ୍ତ କେବୁଲ୍ ଭାଙ୍ଗି ପଡ଼ିଥିଲା, ଯେଉଁକାରଣରୁ ପୂରା ଡିଶ୍ ଆଣ୍ଟିନା କ୍ଷତିଗ୍ରସ୍ତ ହୋଇଯାଇଛି । ଏ ନେଇ ଆରେସିବୋ ଅଭଜରଭେଟୋରୀ ଟୁଇଟ୍ କରି କହିଛି ଯେ ବିଜ୍ଞାନ ଦୁନିଆର ଏକ ଯୁଗର ଅବସାନ ଘଟିଛି । ଆରେସିବୋ ଟେଲିସ୍ପୋପ ଭାଙ୍ଗିଛି, କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ୫୦ ବର୍ଷ ଧରି ଅନେକ ବାତ୍ୟା, ଭୂକମ୍ପ ଓ ଘୂର୍ଣ୍ଣିଝଡ଼ର ସୂଚନା ଦେଇଆସୁଥିବା ଏହି ଆଣ୍ଟିନାର ପାଖାପାଖି ୯୦୦ ଟନର ଢାଞ୍ଚା ମାତ୍ର କିଛି କେବୁଲ୍ ଉପରେ ନିର୍ଭର କରୁଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି । ଯଦି ଶୀଘ୍ର ଏହାର ମରାମତି କରାନଯିବ, ତାହେଲେ ପୂରା ଢାଞ୍ଚା ଭାଙ୍ଗିବାର ସମ୍ଭାବନା ରହିଛି । ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ପ୍ରାୟ ଏଥିରେ ୮୯.୪୬ କୋଟି ଟଙ୍କା କ୍ଷତି ହୋଇଛି ।

Leave A Reply

Your email address will not be published.