ଓଲଟିପଡିଲା କଣ୍ଟେନର: ଶିକ୍ଷକଙ୍କ ସମେତ ୩ ମୃତ

0 69

ରେବାଡ଼ି ୦୩/୧୨ : ହରିୟାଣା ରେବାଡ଼ିରେ ଏକ ସଡକ ଦୁର୍ଘଟଣା ହୋଇଛି । ରେବାଡ଼ି ଜିଲ୍ଲାରେ ନିର୍ମାଣାଧୀନ ରେବାଡ଼ି-ନାରନୌଲ ରୋଡରେ କୁଣ୍ଡ ନିକଟରେ ଏକ ଚଳନ୍ତା କାର ଉପରେ କଣ୍ଟେନର ଓଲଟି ପଡିଛି । କାରରେ ଯାତ୍ରା କରୁଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ୩ ମୃତକ ମହେନ୍ଦ୍ରଗଡ ଜିଲ୍ଲା ବେଲ ଗାଁର ବାସିନ୍ଦା । ମୃତକଙ୍କ ମଧ୍ୟରେ ଜଣେ ସରକାରୀ ଶିକ୍ଷକ ଥିଲେ । ସେ ଗୁରୁଃଗ୍ରାମକୁ ଔଷଧ ଆଣିବାକୁ ଯାଇଥିଲେ ଏବଂ ଔଷଧ ଆଣି ଫେରୁଥିଲେ । ଫେରିବା ସମୟରେ ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲିଯାଇଛି । କଣ୍ଟେନର କାର ଉପରେ ଓଲଟି ପଡିବାରୁ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି । କାରରୁ ମୃତକଙ୍କ ମୃତଦେହ ବାହାର କରିବାକୁ ପୋଲିସକୁ ବହୁତ ପରିଶ୍ରମ କରିବାକୁ ପଡିଥିଲା ।

Leave A Reply

Your email address will not be published.