୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର

0 73

ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି । ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ କୁହାଯାଇଛି । ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୬୪୪ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହା ୬୭୦.୫୦ ଟଙ୍କା ଓ ମୁମ୍ବାଇରେ ୬୪୪ ଟଙ୍କାରେ ମିଳିବ । ଚେନ୍ନାଇରେ ୧୪.୨ କେଜିର ସିଲିଣ୍ଡରର ଦର ୬୬୦ ଟଙ୍କାରେ ରହିଛି ବୋଲି ଆଇଓସି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ନୂଆ ଦାମ ପରେ କମରସିଆଲ ସିଲିଣ୍ଡର ଦର ଦିଲ୍ଲୀରେ ୧୨୯୬, ମୁମ୍ବାଇରେ ୧୨୪୪ ଓ ଚେନ୍ନାଇରେ ଏହା ୧୪୧୦.୫୦ ଟଙ୍କା ରହିଛି । ଆଇଓସି ମାସକୁ ମାସ ସିଲିଣ୍ଡର ଦର ନିର୍ଦ୍ଧାରଣ କରିଥାଏ । ଶେଷଥର ପାଇଁ ଜୁଲାଇ ମାସରେ ଗ୍ୟାସ ଦର ପରିବର୍ତ୍ତନ ହୋଇଥିଲା । ଏହାର ପରବର୍ତ୍ତୀ ମାସରେ ବି ଆଇଓସି ଦର ବଦଳାଇବାକୁ ଯୋଜନା କରିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଏହା ଉପରେ ରୋକ ଲାଗିଥିଲା । ଚଳିତ ବର୍ଷ ଫେବୃଆରୀରେ ଗ୍ୟାସର ଦର ୧୪୯, ଜୁନ୍ ମାସରେ ୩୨ ଟଙ୍କା ଓ ଜୁଲାଇ ମାସରେ ଏହା ୪.୫୦ ଟଙ୍କା ମହଙ୍ଗା ହୋଇଥିଲା ।

Leave A Reply

Your email address will not be published.