ମୁମ୍ୱାଇ: ମହାରାଷ୍ଟ୍ରରେ ରୋଷେଇ ସିଲିଣ୍ଡର ବିସ୍ପୋରଣ କରିବାରୁ ୨୦ରୁ ଅଧିକ ଲୋକ ଆହତ । ମହାରାଷ୍ଟ୍ର ଲାଲବାଗରେ ଆଜି ସକାଳ ୭ଟା ୪୫ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ଓ ଗୋଟିଏ ବଡ଼ ଟ୍ୟାଙ୍କର ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଏବେ ସ୍ଥିତି ସ୍ୱାଭାବିକ ରହିଛି। ଯେଉଁ ଘରେ ସିଲିଣ୍ଡର ବିସ୍ଫୋରଣ କରିଥିଲା ସେହି ଘରୁ ଦୀର୍ଘ ଦିନ ହେବ ଗ୍ୟାସ ଲିକ କରୁଥିବାର ସନ୍ଦେହ କରାଯାଉଥିଲା। ଏହା ପରେ ଆଜି ସକାଳେ ସ୍ଥାନୀୟ ଲୋକମାନେ ଏକାଠି ହୋଇ କେଉଁଠୁ ଗ୍ୟାସ ଲିକ୍ ହେଉଛି ବୋଲି ଚର୍ଚ୍ଚା କରୁଥିବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ କରିଥିଲା। ଯେଉଁଥିରେ ପ୍ରଥମେ ୧୩ ଜଣ ପରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି।