ଦିନକ ପରେ ପ୍ରଥମାଷ୍ଟମୀ: ହଳଦୀ ପତ୍ରର ବଢ଼ିଛି ଚାହିଦା

Prathamastami - Festivals of Odisha
0 63

ଭୁବନେଶ୍ୱର ୦୬/୧୨: ଦିନକ ପରେ ପ୍ରଥମାଷ୍ଟମୀ । ଘରର ବଡ଼ ଝିଅ ଓ ପୁଅକୁ ପଢ଼ୁଆଁ କରିବା ଲାଗି ମାମୁ ନୂଆ ପୋଷାକ, ପିଠା, ବିଭିନ୍ନ ଫଳ ଓ ପୂଜା ସମାଗ୍ରୀ ଧରି ଆସନ୍ତି । ତେଣୁ ଅଷ୍ଟମୀରେ ନୂଆ ପୋଷାକ ପିନ୍ଧି ପଢ଼ୁଆଁ ହେବା ଓ ପିଠାପଣା ଖାଇବାର ଖୁସି ନିଆରା ।ଏଥିପାଇଁ ମାମୁମାନେ ଭଣଜା ଓ ଭାଣିଜୀଙ୍କ ଲାଗି ନୂଆ ପୋଷକ କିଣାକିଣି କଲେଣି । ଆଉ କେଉଁଠି ପୋଷାକ ନ କିଣି ଭଣଜା, ଭାଣିଜୀଙ୍କ ପାଖକୁ ଟଙ୍କା ପଠାଇ ସାରିଲେଣି । ତେଣୁ ବିଭିନ୍ନ ମଲ୍‌ ଓ ସୋରୁମ୍‌ରେ ଏବେ ଗହଳି ଲାଗିଛି । ମାର୍କେଟ ବିଲ୍ଡିଂରେ ବି ସନ୍ଧ୍ୟାରେ ଭିଡ଼ ଜମୁଛି ।

ଖାଲି ପୋଷାକ ଲାଗି ନୁହେଁ, ହଳଦୀ ପତ୍ର କିଣିବାକୁ ବି ଭିଡ଼ ଲାଗୁଛି । କାରଣ ଅଷ୍ଟମୀରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ସ୍ଥାନ ମଧ୍ୟ ସ୍ୱତନ୍ତ୍ର । ସେଥିପାଇଁ ବଜାରରେ ହଳଦୀ ପତ୍ରର ପସରା ଖୋଲି ଗଲାଣି । ହଳଦୀପତ୍ର ବିଡ଼ା ୧୦ଟଙ୍କା ଥିବା ବେଳେ ଏହି ବିଡାରେ କେଉଁଠି ୧୦ଟା ତ ଆଉ କେଉଁଠି ୧୫ଟା ପତ୍ର ରହିଛି । ପତ୍ର ଗୁଡ଼ିକ ନୟାଗଡ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରୁ ଆଣି ବେପାରୀ ଭୁବନେଶ୍ୱରରେ ବିକ୍ରି କରୁଛନ୍ତି । ସିଆରପି ଛକ, ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ରୁଚିକା ହାଟ, ଏକ ନମ୍ବର ମାର୍କେଟ ଓ ରାଜଧାନୀର ରାସ୍ତା କଡ଼ରେ ଏହା ବିକ୍ରି ହେଉଛି । ବେପାରୀ ରଞ୍ଜନ ନାୟକ କୁହନ୍ତି, ନୟାଗଡ଼ରୁ ହଳଦୀ ପତ୍ର ଆଣିଛୁ । ଭାବିଥିଲୁ ବିକ୍ରିବଟା ସେତେ ଭଲ ହେବନି । ହେଲେ ହଳଦୀ ପତ୍ର ଶୀଘ୍ର ସରିଯାଉଛି । ହଳଦୀ ପତ୍ରରେ ବିିଭିନ୍ନ ଔଷଧୀୟ ଗୁଣ ରହିଛି । ସେଥିପାଇଁ ଶୀତଦିନ ଆରମ୍ଭରୁ ହେଉଥିବା ଏଣ୍ଡୁରୀ ପିଠା ହଳଦୀ ପତ୍ରରେ ତିିଆରି ହୋଇଥାଏ । ଯାହା ଶରୀର ପାଇଁ ବେଶ୍‌ ହିତକର।

Leave A Reply

Your email address will not be published.