ପାଇଖାନା ନିର୍ମାଣ ରେ ଦୁର୍ନୀତି, ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ, କାମ ନ କରି ଶେଷ ହୋଇଛି ବିଲ

0 61

ମାଲକାନଗିରି : ସରକାର ସ୍ୱଚ୍ଛ ଭାରତ ଅଭିଯାନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡୁମ ପିଟୁଛନ୍ତି ସତ ବାସ୍ତବିକ  ତାହା କିନ୍ତୁ କିଛି ସରକାରୀ ଅଧିକାରୀ ଏବଂ ଠିକାଦାର ମାନଙ୍କ ପକେଟ ଗରମ ହେଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଶୌଚାଳୟ ଦୁର୍ନୀତି ର ଘଟଣା ସାମ୍ନା କୁ ଆସିଥିଲା। ବର୍ତ୍ତମାନ କିନ୍ତୁ ଏଭଳି ସମାନ ଘଟଣା ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ପଞ୍ଚାୟତ ର ରାଖେଲଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ପାଖାପାଖି ୧୦୦ ପରିବାର ବସବାସ କରନ୍ତି। ସେଥିମଧ୍ୟରୁ ୪୦ ରୁ ଉର୍ଦ୍ଧ୍ବ ପରିବାର କୁ ସ୍ୱଚ୍ଛ ଭାରତ ଅଭିଯାନ ରେ ଶୌଚାଳୟ କରିବା ନିମନ୍ତେ ଟଙ୍କା ଆସିଥିଲା। କିନ୍ତୁ ଗ୍ରାମର ସମସ୍ତ ଶୌଚାଳୟ ଗୁଡିକ ନିର୍ମାଣ ନ କରି ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଦୁଇଟି ଲାଟିନ କୁ ମିଶାଇ ଗୋଟିଏ କାନ୍ଥରେ ଅଳ୍ପ କିଛି ଇଟା ଉଠାଇ ହୋଇଛି ବିଲ। ନା ଶୌଚାଳୟ ର ଅଛି ଲାଟିନ ଟାଙ୍କି, ନା ବସାଯାଇଛି ଲାଟିନ ସ୍ପାନ। ଏଭଳି ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ଠିକାଦାର। କେବଳ ଠିକାଦାର ନୁହେଁ ଏହା ଯନ୍ତ୍ରୀ ଏବଂ ସମ୍ପୃକ୍ତ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଏପରି ହେଉଛି। ଶୌଚାଳୟ ମିଳିଥିବା ଯୋଗୁ ଲୋକେ ଭାବିଥିଲେ ଯେ ପୂର୍ଵପରି ବାହାରକୁ ନ ଯାଇ ନିଜ ପାଇଖାନା ରେ ଶୌଚ କରିବେ। କିନ୍ତୁ ତାହା ନ ହୋଇ ଲୋକେ ବାଧ୍ୟ ହୋଇ ପଡିଆ କୁ କିମ୍ବା ନଦୀ ତୁଠ କୁ ଶୌଚ ନିମନ୍ତେ ଯାଉଥିବା କହିଛନ୍ତି। ତେବେ ଏହି ରାଖେଲଗୁଡ଼ା ଗ୍ରାମଟି ପୋଟେରୁ ନଦୀର ଅପରପାର୍ଶ୍ୱରେ ରହିଛି ଏହାସହ ଏହି ଗ୍ରାମକୁ ଯିବାକୁହେଲେ କୌଣସି ଯୋଗାଯୋଗ ନାହିଁ ଲୋକେ ଡଙ୍ଗା ରେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରନ୍ତି। ତେଣୁ ଏଠାରେ ବ୍ଲକ ର କୌଣସି ପ୍ରଶାସନିକ ଅଧିକାରୀ ଙ୍କ ପାଦ ପଡେ ନାହିଁ। ତେଣୁ ଏହି ଗ୍ରାମରେ ଏପରି ବହୁ ଦୁର୍ନୀତି ହେଉଥିବା ଦେଖିବାକୁ ମିଳିଛି। ତେବେ ଏହାର ସଠିକ ତଦନ୍ତ କରି ସମ୍ପୃକ୍ତ ଠିକାଦାର ଏବଂ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ପୁନର୍ବାର ନିଜ ଶୌଚାଳୟ କୁ ନୂତନ କରି ନିର୍ମାଣ କରିବାକୁ ଗ୍ରାମର ଦେବା କବାସୀ, ରମେଶ ପଡ଼ିଆମୀ, ରାଜା କବାସୀ, ଉରା ପଡ଼ିଆମୀ, ଇର୍ମା କବାସୀ, ଗଙ୍ଗା ପଡ଼ିଆମୀ ସହ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.