ଶହୀଦଙ୍କ ପରିବାରକୁ ମାଗଣା ସିମେଂଟ୍ ପ୍ରଦାନ କରିବା ପାଇଁ ଶ୍ରୀ ସିମେଂଟ୍ର ‘ନମନ୍’ ଅଭିଯାନ

????????????????????????????????????
0 84

ଭୁବନେଶ୍ୱର : ବିଗତ ୨୦ ବର୍ଷ ମଧ୍ୟରେ ଶହୀଦ ହୋଇଥିବା ସେନା ବାହିନୀର ଯବାନମାନଙ୍କ ପରିବାରକୁ ମାଗଣା ସିମେଂଟ୍ ପ୍ରଦାନ କରିବା ପାଇଁ ଶ୍ରୀ ସିମେଂଟ୍ ପକ୍ଷରୁ ଆରମ୍ଭ ହୋଇଥିବା ଏକ ଜାତୀୟସ୍ତରୀୟ ଅଭିଯାନ ‘ପ୍ରୋଜେକ୍ଟ ନମନ’କୁ ଭାରତୀୟ ସେନାର ସାଉଦର୍ଣ୍ଣ ୱେଷ୍ଟର୍ଣ୍ଣ କମାଣ୍ଡ, ଜିଓସି-ଇନ୍-ସି, ପିଭିଏସ୍ଏମ୍, ଭିଏସ୍ଏମ୍ ଲେଫ୍ଟେନାଂଟ୍ ଜେନେରାଲ ଆଲୋକ କ୍ଲେର୍ ଉନ୍ମୋଚନ କରିଛନ୍ତି । ନମନ ପ୍ରକଳ୍ପକୁ ବିଜୟ ଦିବସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ଯାହାକୁ ପ୍ରତିବର୍ଷ ଡିସେମ୍ବର ୧୬ ତାରିଖରେ ୧୯୭୧ ବାଂଲାଦେଶ ଯୁଦ୍ଧରେ ଭାରତୀୟ ବିଜୟକୁ ସ୍ମରଣ କରିବା ପାଇଁ ପାଳନ କରାଯାଇଥିାଏ । ଏହି ନମନ ଯୋଜନା ଅଧୀନରେ ୧ ଜାନୁଆରୀ ୧୯୯୯ରୁ ୧ ଜାନୁଆରୀ ୨୦୧୯ (୨୦ ବର୍ଷ) ମଧ୍ୟରେ ଯୁଦ୍ଧରେ ପ୍ରାଣ ହରାଇଥିବା ଜଣେ ଶହୀଦଙ୍କ ନେକ୍ସଟ୍ ଅଫ୍ କିନ୍ (ଏନ୍ଓକେ) କିମ୍ବା ପରିବାସ ସଦସ୍ୟଙ୍କୁ ୪୦୦୦ ବର୍ଗଫୁଟ୍ ପର୍ଯ୍ୟନ୍ତ ପ୍ଲଟ୍ରେ ଏକ ଘର ନିର୍ମାଣ କରିବା ଲାଗି ମାଗଣା ସିମେଂଟ୍ ପ୍ରଦାନ କରାଯିବ । ଜଣେ ଶହୀଦଙ୍କ ପରିବାର ସଦସ୍ୟ ଦେଶବ୍ୟାପୀ ଶ୍ରୀ ସିମେଂଟ୍ର ଯେକୌଣସି କାରଖାନାରୁ ବ୍ୟକ୍ତିଗତ ଭାଗେ ସିମେଂଟ୍ ପାଇପାରିବେ ।
ଏହି ଅଭିଯାନର ଲଂଚ୍ ସମ୍ପର୍କରେ ଲେଫ୍ଟେନାଂଟ୍ ଜେନେରାଲ ଆଲୋକ କ୍ଲେର କହିଥିଲେ, ଦେଶ ପାଇଁ ବଳିଦାନ ଦେଇଥିବା ଆମର ବୀର ଯବାନମାନଙ୍କୁ ସମର୍ଥନ ପ୍ରଦାନ କରିବା ଓ ସେମାନଙ୍କ ସହ ଦୃଢତାର ସହ ଛିଡା ହେବା ଲାଗି ଶ୍ରୀ ସିମେଂଟ୍ର ଏହି ପଦକ୍ଷେପ ଖୁବ୍ ଚମକ୍ରାର । ଏହା ବିରଳ ଓ ସ୍ୱତନ୍ତ୍ର । ପ୍ରକୃତ ଅର୍ଥରେ ଏହି ଅଭିଯାନ ଶହୀଦମାନଙ୍କ କଲ୍ୟାଣ ପାଇଁ ସେନା ଇତିହାସର ବର୍ଷଗୁଡିକରେ କମ୍ପାନୀ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଶ୍ରୀ ସିମେଂଟ୍ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ବାଙ୍ଗୁର କହିଛନ୍ତି, ନମନ ଯୋଜନା ଶହୀଦମାନଙ୍କ ପରିବାରର ଘର ତିଆରି କରିବା ଆବଶ୍ୟକତାକୁ ପୂରଣ କରିବାରେ ଖୁବ୍ ସାହାଯ୍ୟ କରିବ ବୋଲି ଆମେ ଅନୁଭବ କରୁଛୁ । ଆମ ବୀର ଯବାନମାନଙ୍କ ପରିମାର ପାଇଁ ଏକ ନମ୍ର ଅବଦାନ ଦେଇପାରୁଥିବାରୁ ଏହା ଆମ ପାଇଁ ଏକ ବଡ ସମ୍ମାନ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ମାର୍ଗଦର୍ଶନ ଓ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଏହି ଯୋଜନାକୁ କେନ୍ଦ୍ରୀୟ ସୈନିକ ବୋର୍ଡର ସହଯୋଗରେ ଏବଂ ରାଜ୍ୟ ସୈନିକ ବୋର୍ଡ (ଆର୍ଏସ୍ବି), ଜିଲ୍ଲା ସୈନିକ ବୋର୍ଡ (ଜେଡ୍ଏସ୍ବି), ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଶହୀଦଙ୍କ ପରିବାରର ଦୁଇ ସଦସ୍ୟ ଶ୍ରୀମତୀ ସୁନିତା ଦେବୀ ଓ ଶ୍ରୀମତୀ ସିଦେଶ ହେଉଛି ନମନ ଯୋଜନାର ପ୍ରଥମ ହିତାଧିକାରୀ ଯାହାଙ୍କୁ ଜିଓସି-ଇନ୍-ସିଙ୍କ ଦ୍ୱାରା ଶ୍ରୀ ସିମେଂଟ୍ର ପ୍ରେସିଡେଂଟ୍(ବାଣିଜ୍ୟିକ) ଓ ଚିଫ୍ ହାପିନେସ୍ ଅଫିସର ସଞ୍ଜୟ ମେହେତା ଏବଂ ଜେଟି ପ୍ରେସିଡେଂଟ୍ (ବାଣିଜ୍ୟିକ) ଅରବିନ୍ଦ ଖିଚାଙ୍କ ଉପସ୍ଥିତିରେ ନମନ ସିମେଂଟ୍ ରିଲିଜ୍ ଅର୍ଡର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.