ରେଳ କର୍ମଚାରୀଙ୍କୁ ଘରୋଇ ହସ୍ପିଟାଲରେ ମିଳିଲା ଚିକିତ୍ସା ଅନୁମତି

0 74

ନୂଆଦିଲ୍ଲୀ,୭ ।୧୨: ଭାରତୀୟ ରେଳୱେର ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଲୱେକର୍ମୀ ଏବେ ନିଜର ଓ ପରିବାର ଲୋକଙ୍କର ଚିକିତ୍ସା ଘରୋଇ ହସ୍ପିଟାଲରେ ପୁଣିଥରେ କରିପାରିବେ । ରେଳ ମନ୍ତ୍ରଣାଳୟ ନିଜର ଖର୍ଚ୍ଚରେ କାଟ୍ ପାଇଁ ନିକଟରେ ସମସ୍ତ ରେଲୱେ କର୍ମୀ ଓ ତାଙ୍କ ପରିବାର ଲୋକଙ୍କ ଚିକିତ୍ସା ରେଲୱେ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ କରିବାର ନିର୍ଦେଶ ଦେଇଥିଲେ, କର୍ମଚାରୀଙ୍କ ବିରୋଧ ପରେ ରେଲୱେ ବୋର୍ଡ ଏହାକୁ ବାତିଲ କରିଦେଇଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ୨ ନଭେମ୍ବର ୨୦୨୦ରେ ଭାରତୀୟ ରେଲୱେ ଚିକିତ୍ସକଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା ଯେ, ସମସ୍ତ ରେଲୱେ କର୍ମଚାରୀ ଓ ତାଙ୍କର ପରିବାର ଲୋକଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ରେଲୱେ ହସ୍ପିଟାଲରେ ହିଁ କରାଯିବ । ଏଥିରେ କରୋନା ଭାଇରସ୍ ସମ୍ପର୍କିତ ଚିକିତ୍ସା ମଧ୍ୟ ସାମିଲ ରହିଛି । ଏହି ବୈଠକରେ ନିଷ୍ପତ୍ତି ନିଆଯାଇ ଥିଲା ରେଲୱେ ହସ୍ପିଟାଲ ଦ୍ୱାରା ଉଚିତ୍ ଚିକିତ୍ସା ନକରି ପାରିବା କିମ୍ବା ଇନ୍-ହାଉସ୍ ସୁବିଧା ଉପଲବ୍ଧ ନହେବାର ସ୍ଥିତିରେ ରୋଗୀଙ୍କୁ କେବଳ ସରକାରୀ ହସ୍ପିଟାଲକୁ ହିଁ ରେଫର କରାଯିବ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଯଦି କୌଣସି ସରକାରୀ ହସ୍ପିଟାଲରେ ସେ ସମ୍ପର୍କିତ ଚିକିତ୍ସା ନହୁଏ ତେବେ ରୋଗୀଙ୍କୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ସମ୍ପର୍କିତ ଘରୋଇ ହସ୍ପିଟାଲ କିମ୍ବା ରେଲୱେ ଦ୍ୱାରା ସିଜିଏଚଏସ୍ ରେଟରେ ଘରୋଇ ହସ୍ପିଟାଲକୁ ରେଫର କରିବାର ଚୁକ୍ତି ହୋଇଛି । ଏ ସମ୍ପର୍କରେ ୨୩ ନଭେମ୍ବର ୨୦୨୦ରେ ରେଲୱେ ବୋର୍ଡର କାର୍ଯ୍ୟକାରୀ ନିର୍ଦେଶକ(ସ୍ୱାସ୍ଥ୍ୟ), ଡାକ୍ତର କେ ଶ୍ରୀଧରଙ୍କ ହସ୍ତାକ୍ଷର ଥିବା ଏକ ନିର୍ଦେଶ ଜାରି କରି ସମସ୍ତ କର୍ମଚାରୀଙ୍କୁ ରେଫର କେସ୍ ଓ ଯିବା ଆସିବାରେ କରୁଥିବା ଖର୍ଚ୍ଚର ଅଡିଟ୍ ଓ ସମୀକ୍ଷା କରିବା ପାଇଁ ମଧ୍ୟ ଜୋନାଲ କାର୍ଯ୍ୟାଳୟକୁ ନିର୍ଦେଶିତ କରାଯାଇଥିଲା । କରୋନା ମହାମାରୀର ସମୟରେ ରେଳ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଅଲ୍ ଇଣ୍ଡିଆ ରେଲୱେ ଫେଡରେସନ୍(ଏଆଇଆରଏଫ୍) କଡା ବିରୋଧ କରିଥିଲା ଓ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାର ଦାବି କରିଥିଲା । ଫେଡରେସନର ମହାମନ୍ତ୍ରୀ ଶିବ ଗୋପାଳ ମିଶ୍ର ମାମଲାକୁ ରେଲୱେ ବୋର୍ଡର ଅଧ୍ୟକ୍ଷ ଓ ସିଆଇଓ ଭି.କେ ଯାଦବଙ୍କ ସାମନାରେ ରଖିଥିଲେ । କର୍ମଚାରୀଙ୍କ ଅସୁବିଧାକୁ ବୁଝି ଅଧ୍ୟକ୍ଷ ଏହି ନିର୍ଦେଶକୁ ପ୍ରତ୍ୟାହାର କରିବାର ନିର୍ଦେଶ ଦେଇଥିଲେ । ଭାରତୀୟ ରେଲୱେ ନିଜର କର୍ମଚାରୀ ଓ ତାଙ୍କର ପରିବାର ଲୋକଙ୍କୁ ଉପଯୁକ୍ତ ସୁବିଧା ଦେବା ପାଇଁ ସାରା ଦେଶର ଘରୋଇ ହସ୍ପିଟାଲ ସହିତ ଟାଏଅପ୍ କରିଛି । ଗମ୍ଭୀର ରୋଗ ହୋଇଥିବା ସ୍ଥିତିରେ କର୍ମଚାରୀଙ୍କୁ ରେଫର କରାଯାଇଥାଏ । ରେଲୱେ ପ୍ରଶାସନ ଓ ଘରୋଇ ହସ୍ପିଟାଲ ଭିତର ପୂର୍ବ ନିର୍ଦ୍ଧାରିତ ଦରରେ ଚୁକ୍ତି ହୋଇଛି, ଯାହାଉପରେ କର୍ମଚାରୀଙ୍କୁ କ୍ୟାସଲେସ୍ (ବିନା ଟଙ୍କା)ଚିକିତ୍ସା ହୋଇଥାଏ । ଯାହା କିଛି ବି ଖର୍ଚ୍ଚ ଆସିଥାଏ ତାହା ରେଲୱେ ପ୍ରଶାସନ ଘରୋଇ ହସ୍ପିଟାଲକୁ ପରିଶୋଧ କରିଥାଏ ।

Leave A Reply

Your email address will not be published.