ପୁରସ୍କାର ଫେରାଇବାକୁ ଯାଇଥିବା ୩୦ ଖେଳାଳିଙ୍କ ବାଟ ଓଗାଳିଲା ପୁଲିସ

0 79

ନୂଆଦିଲ୍ଲୀ ୭ ।୧୨: ଦେଶରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ରାଜନୈତିକ ଦଳଠୁ ନେଇ ଏବେ ସାହିତ୍ୟ ଓ ମନୋରଞ୍ଜନ ଜଗତର ହସ୍ତି ମଧ୍ୟ କୃଷକଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ଏବେ ଆଥଲେଟ୍ ମଧ୍ୟ କୃଷକଙ୍କୁ ସମର୍ଥନ କରିଛନ୍ତି । ରବିବାର ବକ୍ସର ବିଜେନ୍ଦର ସିଂହ ନୂତନ କୃଷି ଆଇନ ପ୍ରତ୍ୟାହାର ନକଲେ ରାଜୀବ ଗାନ୍ଧୀ କ୍ରୀଡା ରତ୍ନ ଫେରାଇବାକୁ ଧମକ ଦେଇଥିଲେ । ସୋମବାର ୩୦ ଖେଳାଳି ନିଜର ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଛନ୍ତି । ହେଲେ ଦିଲ୍ଲୀ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଦେଇଛନ୍ତି । ଏହି ସବୁ ଖେଳାଳି ରାଷ୍ଟ୍ରପତିଙ୍କୁ ଭେଟି ନୂତନ କୃଷି ଆଇନ ପ୍ରତିବାଦରେ ନିଜର ପୁରସ୍କାର ଫେରାଇବାକୁ ଚାହୁଁଥିଲେ । ଏଥିରୁ ଜଣେ ମଲ୍ଲଯୋଦ୍ଧା କରତାର ସିଂହ ଆଲୋଚନା ବେଳେ କହିଛନ୍ତି, ପଞ୍ଜାବ ଓ କିଛି ଅନ୍ୟ ଜାଗାରେ ମଧ୍ୟ ଖେଳାଳି ନିଜର ପୁରସ୍କାର ଫେରାଇବାକୁ ଚାହୁଁଛନ୍ତି । ଅନ୍ୟପଟେ ଦିଲ୍ଲୀ ପୁଲିସ ସତର୍କତାମୂଳକ ହରିୟାଣା ଓ ଉତ୍ତର ପ୍ରଦେଶ ସଂଲଗ୍ନ ସୀମାରେ ପୁଲିସ ବଳ ଅଧିକ ବଢାଇ ଦେଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୃଷକ ସଂଗଠନ ଗୁଡିକ ଚେତାବନୀ ଦେଇଛନ୍ତି ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ବିରୋଧ ପ୍ରଦର୍ଶନ ଆହୁରି ଜୋରଦାର ହେବ । ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ ବନ୍ଦ କରିଦେବୁ । ଗତ ୧୧ ଦିନରୁ ପ୍ରଦର୍ଶନ କରୁଥିବା କୃଷକ ଜନତାଙ୍କୁ ଅପିଲ୍ କରିଛନ୍ତି, ସେମାନେ ମଙ୍ଗଳବାର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାନ୍ତୁ । ଭାରତ ବନ୍ଦକୁ ବିଭିନ୍ନ ରାଜନୈତିକ ସମର୍ଥନ ଜଣାଇଛନ୍ତି । ଏଥିସହ ଟ୍ରେଡ ୟୁନିୟନ, ବ୍ୟାଙ୍କ ସହିତ ଅନେକ କ୍ଷେତ୍ରରୁ ଆସନ୍ତାକାଲିର ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି । ଫଳରେ ମଙ୍ଗଳବାର ଅନେକ ରାଜ୍ୟରେ ବନ୍ଦର ବ୍ୟାପକ ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ବନ୍ଦ ସଫଳ କରିବାକୁ ନିଜର କର୍ମକର୍ତ୍ତାଙ୍କୁ ଅପିଲ୍ କରିଛନ୍ତି ।

Leave A Reply

Your email address will not be published.