ଆନ୍ଧ୍ରରେ ବ୍ୟାପିଲା ଅଜଣା ରୋଗ: ୩୫୦ରୁ ଅଧିକ ଅସୁସ୍ଥ

0 74

ହାଇଦ୍ରାବାଦ,୭ ।୧୨: ଆନ୍ଧ୍ର ପ୍ରଦେଶର ଏଲୁରୁରେ ଏକ ରହସ୍ୟମୟ ରୋଗ ଲୋକଙ୍କ ଭିତରେ ସୃଷ୍ଟି କରିଛି ଆତଙ୍କ । ରବିବାର ରାତିରେ ଏହି ରହସ୍ୟମୟ ରୋଗରେ ପୀଡିତ ହୋଇଥିବା ରୋଗୀଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଗତ ରାତିରେ ଏହି ଅଜଣା ରୋଗରେ ପୀଡିତ ହେବାପରେ ୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଏହି ରହସ୍ୟମୟ ରୋଗରେ ଏପର୍ଯ୍ୟନ୍ତ ୩୫୦ ଜଣ ପୀଡିତ ହୋଇସାରିଛନ୍ତି । ୧୮୬ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୧୬୪ ଜଣଙ୍କର ଏବେ ବି ଚିକତ୍ସା ଚାଲିଛି । ଚିକିତ୍ସା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଏହି ଅଜଣା ରୋଗର ପ୍ରକୋପକୁ ଦେଖି ଏଲୁରୁର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ମଙ୍ଗଳାଗିରି ଏକ୍ସର ଡାକ୍ତର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍(ହାଇଦ୍ରାବାଦ)ର ବୈଜ୍ଞାନିକଙ୍କ ଟିମ୍ କେମିକାଲ ଟେକ୍ନୋଲୋଜିରେ ପାଣିର ନମୁନା ଏକାଠି କରିବାକୁ ଏଲୁରୁ ପଠାଯାଇଛି । ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ନର୍ଥ ଷ୍ଟ୍ରିଟ୍, ସାଉଥ୍ ଷ୍ଟ୍ରିଟ୍, ଅରୁନ୍ଧତୀପେଟ ଏବଂ ଅଶୋକ ନଗର ଅଞ୍ଚଳବାସୀ ଅଛନ୍ତି । ମୁଣ୍ଡବିନ୍ଧା, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଅପସ୍ମାର ବାତ ମାରିବା ଭଳି ଲକ୍ଷଣ ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗମୋହନ ରେ‡ୀ ସୋମବାର ଏଲୁରୁ ଯିବେ ଓ ସେଠାର ହସ୍ପିଟାଲ ପରିଦର୍ଶନ କରିବେ, ଯେଉଁଠି ଅସୁସ୍ଥ ଲୋକଙ୍କର ଚିକିତ୍ସା ଚାଲିଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହିତ ବୈଠକ କରିବେ । ମୁଖ୍ୟମନ୍ତ୍ରୀ ନିଜର କ୍ୟାମ୍ପ କାର୍ଯ୍ୟାଳୟରେ ସକାଳ ୯ଟା ୩୦ ମିନିଟରେ ବାହାରିବେ ଓ ୧୦ଟା ୩୦ ସମୟରେ ଏଲୁରୁ ସରକାରୀ ହସ୍ପିଟାଲରେ ପହଁଞ୍ଚିବେ, ଯେଉଁଠି ଲୋକଙ୍କ ସହିତ ଆଲୋଚନା କରିବେ ଓ ଚିକିତ୍ସାର ଅନୁଧ୍ୟାନ କରିବେ । ଏହାପରେ ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ସହିତ ଏକ ବୈଠକ କରିବେ ।

Leave A Reply

Your email address will not be published.