ସାଇବର କ୍ରାଇମ୍ ଯୋଗୁଁ ବିଶ୍ୱ ହରାଇଛି ୧ ଲକ୍ଷ କୋଟି ଟଙ୍କା

0 81

ନୂଆଦିଲ୍ଲୀ ୭ ।୧୨ : ସାରା ବିଶ୍ୱରେ ସାଇବର କ୍ରାଇମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଏକ ରିପେରର୍ଟରୁ ପ୍ରକାଶ ପାଇଛି ଯେ, ସାଇବର ଅପରାଧ ଯୋଗୁଁ ବିଶ୍ୱର ଅର୍ଥନୀତି ପ୍ରାୟ ୧ ଟ୍ରିଲୟନ ବା ଏକ ଲକ୍ଷ କୋଟି ହରାଇଛି । ଏହା ହେଉଛି ବିଶ୍ୱ ଜିଡିପିର ପ୍ରାୟ ୧ ପ୍ରତିଶତ । ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୮ ପରଠାରୁ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ବିଶ୍ୱ ପ୍ରାୟ ୬ ସହ ବିଲିୟନ ଡଲାର ହରାଇଛି । ଏ ନେଇ ସୂଚନା ଦେଇଛି ସାଇବର ସିକ୍ୟୁରିଟି ଫାର୍ମ । ଏଭଳି ଅନେକ ସାଇବର ସିକ୍ୟୁରିଟି ଫାର୍ମ ସମାନ ମନ୍ତବ୍ୟ ଦେଇଛନ୍ତି । ବିଶ୍ୱରେ ଏଭଳି ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବା ନେଇ ସତର୍କ କରାଇଛନ୍ତି ବିଭିନ୍ନ ସାଇବର ସିକ୍ୟୁରିଟି ଏଜେନ୍ସି । “ଦି ହିଡେନ୍ କଷ୍ଟ୍ ଅଫ୍ ସାଇବର କ୍ରାଇମ’ର ରିପୋର୍ଟ ଅନୁଯାୟୀ ୯୨ ପ୍ରତିଶତ ବ୍ୟବସାୟ ଅନୁଭବ କରିଛନ୍ତି ଯେ ଆର୍ଥିକ ଖର୍ଚ୍ଚ ବ୍ୟତୀତ ସେମାନଙ୍କ ବ୍ୟବସାୟ ଉପରେ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ପଡିଛି । ର ଏସଭିପି ଏବଂ ସିଟିଓ ଷ୍ଟିଭ୍ ଗ୍ରୋବମ୍ୟାନ୍, କହିଛନ୍ତି ଯେ ବ୍ୟବସାୟ ଉପରେ ସାଇବର ଆକ୍ରମଣର ଗମ୍ଭୀରତା ଏବଂ ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ସାଇବର କ୍ରାଇମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବଂ ଏହାଦ୍ୱାରା କୋଟି କୋଟି ଟଙ୍କାର କ୍ଷତିକୁ ଦୃଷ୍ଟିରେ ରଖି ଏହାର ପ୍ରତିକ୍ରିୟା ତଥା ପ୍ରତିରୋଧ ପାଇଁ ସାଇବର ବିପଦର ବ୍ୟାପକ ପ୍ରଭାବ ଏବଂ ପ୍ରଭାବଶାଳୀ ଯୋଜନା ବିଷୟରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.