ପୁଣି ୧୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

0 53

ପାରଳାଖେମୁଣ୍ଡି, ୮ା୧୨ : ଗଜପତି ଜିଲ୍ଲାର ମୋହନା ପୋଲିସ ଥାନା ପରିସରରେ ଗତକାଲି ୧୬ କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଥିବା ସୂଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲା ଏସ୍.ପି. ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରୁ ଚୋରା ଗଞ୍ଜେଇ କାରବାରକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗ ତରଫରୁ ମିଳିତ ଭାବେ ବ୍ୟାପକ ଚଢାଉ ଆରମ୍ଭ କରାଯାଇଛି । ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳର ଗୁବୁରିଗୁଡା ଏବଂ ମହୂଲମେଲାଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ମାଣିକପୁର ପଞ୍ଚାୟତରେ ଥିବା ୮୧ ଏକର ବିସ୍ତିର୍ଣ୍ଣ ବନ ପାହାଡ ଜମିରେ ଚୋରାରେ ଗଞ୍ଜେଇ ଚାଷ ହୋଇଥିବା ଖବର ପହଞ୍ôଚଥିଲା । ମୋହନା ପୋଲିସ ଆଇଆଇସି ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଅବକାରୀ, ବନ ଓ ରାଜସ୍ୱ ବିଭାଗର କର୍ମକର୍ତ୍ତାମାନେ ଏହି ଅଞ୍ଚଳରେ ଚଢାଉ କରି ସମସ୍ତ ଗଞ୍ଜେଇ ଗଛକୁ କାଟି ପୋଡି ପାଉଁଶ କରିଦେଇଥିବା ସୂଚନା ମିଳିଛି । ଏହାର ଆନୁମାନିକ ମୂଲ୍ୟ ୧୬କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ କେହି ଗିରଫ ହୋଇନଥିବା ଜଣାଯାଇଛି ।

Leave A Reply

Your email address will not be published.