ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୬ ସେଣ୍ଟିମିଟର ବଢ଼ିଛି

0 76

କାଠମାଣ୍ଡୁ, ୮ ।୧୨: ନେପାଳ ଓ ଚାଇନା ପକ୍ଷରୁ ମିଳିତ ଭାବେ ସର୍ଭେ କରାଯାଇ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟର ପ୍ରକୃତ ଉଚ୍ଚତା ସମ୍ପର୍କରେ ଘୋଷଣା କରାଯାଇଛି । ସେମାନଙ୍କ ଘୋଷଣା ଅନୁଯାୟୀ, ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮,୮୪୮.୮୬ ମିଟର ରହିଛି । ଶେଷଥର ପାଇଁ ଭାରତ ୧୯୫୪ରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲା । ଏହି ସମୟରେ କୁହାଯାଇଥିଲା ଯେ ଏହାର ଉଚ୍ଚତା ୮,୮୪୮ ମିଟର । ହେଲେ ଏବେ ଭାରତର ତଥ୍ୟ ତୁଳନାରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଅଧିକ ୦.୮୬ ମିଟର ବା ୮୬ ସେମି ଅଧିକ ରହିଛି । ୨୦୧୫ ଭୂକମ୍ପ ଓ ଅନ୍ୟାନ୍ୟ କାରଣରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ହ୍ରାସ ପାଇଛି ବୋଲି ସାଧାରଣରେ ଧାରଣା ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ନେପାଳ ସରକାର ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିବାକୁ ନିଷ୍ପତ୍ତି ନେଇଥିଲେ । ନେପାଳର ଏହି ମାପଚୁପରେ ଚାଇନା ମଧ୍ୟ ସାମିଲ ହେବ ବୋଲି ଘୋଷଣା କରିଥିଲା । ଉଭୟ ଦେଶ ନିକଟରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲେ । ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୟାୱାଲି କହିଛନ୍ତି, ନେପାଳ ପକ୍ଷରୁ ମାଉଣ୍ଟ ଏଭରେଷ୍ଟର ପୁନଃ ମାପ କରାଯାଇଥିଲା । ଏବେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତର ଉଚ୍ଚତା ୮,୮୪୮.୮୬ ମିଟର ରହିଛି । ୧୯୫୪ରେ ସର୍ଭେ ଅଫ ଇଣ୍ଡିଆ ଏଭରେଷ୍ଟକୁ ମାପିଥିଲା । ଏହି ସମୟରେ ଏହା ଉଚ୍ଚତା ୮୮୪୮ ମିଟର ରହିଥିଲା । ସେହିପରି ଚାଇନା କରିଥିବା ମାପଚୁପ ବେଳେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮.୪୩ ମିଟର ରହିଥିଲା । ଚାଇନା ୧୯୭୫ ଓ ୨୦୦୫ରେ ଦୁଇଥର ମାଉଣ୍ଟ ଏଭରେଷ୍ଟକୁ ମାପିଥିଲା । ୧୯୭୫ରେ ଏହା ୮୮୪୮.୧୩ ମିଟର ଓ ୨୦୦୫ରେ ୮୮୪୮.୪୩ ମିଟର ରହିଥିବା କୁହାଯାଇଥିଲା ।

Leave A Reply

Your email address will not be published.