ପାକିସ୍ତାନର ସମସ୍ତ ବିରୋଧୀ ସାଂସଦ ସଂସଦରୁ ଦେଇପାରନ୍ତି ଇସ୍ତଫା

0 64

ଇସଲାମାବାଦ, ୮ ।୧୨: ସରକାରଙ୍କ ନୀତି ବିରୋଧରେ ସମସ୍ତ ବିରୋଧୀଦଳ ଏକାଠି ହୋଇ ସଂସଦରୁ ଇସ୍ତଫା ଦେଇ ପାରନ୍ତି । ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ନିକଟରେ ଏହା କହିଛନ୍ତି । ଯାହାକୁ ନେଇ ପାକିସ୍ତାନରେ ଇମ୍ରାନ୍ ସରକାରର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାକିସ୍ତାନରେ ଇମ୍ରାନ ଖାନ୍ ସରକାର ଏବଂ ମିଳିତ ବିରୋଧୀ ଦଳ ମଧ୍ୟରେ ରାଜନୀତିକ ଛକାପଞ୍ଝା ଜାରି ରହିଛି । ଏହାରି ଭିତରେ ଡିସେମ୍ବର ୮ରେ ବିରୋଧୀ ଦଳରେ ଥିବା ୧୧ଟି ଦଳ ଏକାଠି ହୋଇ ଏକ ମିଳିତ ନିଷ୍ପତ୍ତି ନେଇପାରନ୍ତି । ଏହି ମିଳିତ ଦଳର ମେଣ୍ଟର ନାଁ ରହିଛି ପାକିସ୍ତାନ୍ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) । ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍-ନୱାଜର ବରିଷ୍ଠ ନେତା ମରିୟମ ନୱାଜ ସରିଫ କହିଛନ୍ତି ଯେ ଇମ୍ରାନ ସରକାର ଦେଶରେ ଅରାଜକତା ଏବଂ ଅତ୍ୟାଚାର କରୁଛନ୍ତି । ରବିବାର ଲାହୋରରେ ଦଳୀୟ କର୍ମୀ ଏବଂ ଜନସାଧାରଣକୁ ସମ୍ବୋଧନ କରିବାବେଳେ ମରିୟମ ନୱାଜ ସରିଫ କହିଛନ୍ତି ଯେ ଯଦି ଆମେ ଏକାଠି ଇସ୍ତଫା ଦେବାକୁ ନିଷ୍ପତ୍ତି ନେବୁ ତାହେଲେ ସମର୍ଥନ ପାଇଁ କର୍ମୀଙ୍କୁ କହିଛନ୍ତି । ତେବେ ଏହାକୁ ନେଇ କାହାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ ଆଶ୍ୱସନା ଦେଇଛନ୍ତି । ଲୋକଙ୍କୁ ଭୟଭୀତ କରିବା କିମ୍ବା ଚାପରେ ରଖିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଆଗାମୀ ଦିନରେ ସରକାର ଅନେକ ମିଛ ମାମଲା ଦାଖଲ କରିପାରନ୍ତି । ହେଲେ ସମସ୍ତ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ମରିୟମ କହିଛନ୍ତି । ଏହି ମେଣ୍ଟ ୧୩ ଡିସେମ୍ବରରେ ଲାହୋରରେ ଏକ ବଡ଼ ରାଲି କରିବେ ବୋଲି ମଧ୍ୟ ଜଣାପଡ଼ିଛି । ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ଏହି ରାଲି ହେବ ତାହେଲେ କରୋନା ନିୟମ ଉଲ୍ଲଂଘନ ହେବ । ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ । ଅକ୍ଟୋବରରୁ ପାକିସ୍ତାନର ୧୧ ଟି ବିରୋଧୀ ଦଳର ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ଦେଶର ବିଭିନ୍ନ ସ୍ଥାନରେ ରାଲି କରୁଛି । ଏହି ମିଳିତ ମଞ୍ଚର ପ୍ରଥମ ରାଲି ଅକ୍ଟୋବର ୧୬ରେ ଗୁଜରାନୱାଲାରେ ହୋଇଥିଲା । ଦ୍ୱିତୀୟ ରାଲି ୧୮ ଅକ୍ଟୋବରରେ କରାଚିରେ ହୋଇଥିଲା । ତୃତୀୟ ରାଲି ୨୫ ଅକ୍ଟୋବରରେ କ୍ୱେ୍ୱଟାରେ ଏବଂ ୨୨ ନଭେମ୍ବରରେ ପେଶୱାରରେ ଚତୁର୍ଥ ରାଲି ହୋଇଥିଲା । ଶେଷ ରାଲି ୧୩ ଡିସେମ୍ବରରେ ଲାହୋରରେ ହେବାକୁ ଯାଉଛି ।

Leave A Reply

Your email address will not be published.