ପୁଟିନଙ୍କ ସରକାରୀ ବାସଭବନ ସୁରକ୍ଷା ଦାୟିତ୍ୱରେ ପକ୍ଷୀ

0 67

ନୂଆଦିଲ୍ଲୀ ୮ ।୧୨: ରାଷ୍ଟ୍ରପତି ଭାଲଦମିର ପୁଟିନଙ୍କ ସରକାରୀ ବାସଭବନରେ ଦିନ ରାତି ପହରା ଦେଉଛନ୍ତି ତାଲିମପ୍ରାପ୍ତ ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀ । ଚିଲ ଓ ପେଚା ପ୍ରଜାତିର ଏହି ପକ୍ଷୀମାନେ ରାଷ୍ଟ୍ରପତି ଭବନକୁ ଯିବା ଆସୁଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି । ଆଉ ସମ୍ଭାବ୍ୟ ବିପଦର ସୂଚନା ପାଇବା ମାତ୍ରେ ଏମାନେ ତତକ୍ଷଣାତ୍ ଆଲର୍ଟ ବି କରନ୍ତି । ୧୯୮୪ ମସିହାରୁ ଏମାନେ ଜାତୀୟ ସୁରକ୍ଷା ବାହିନୀର ଅଂଶବିଶେଷ ପାଲଟିଛନ୍ତି । ଏମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ବି ରହିଛି ଯେଉଁଥିରେ ୧୦ରୁ ଅଧିକ ଚିଲ ଓ ପେଚା ଅଛନ୍ତି । କୁହାଯାଏ ରାଷ୍ଟ୍ରପତି ଭବନ ଆଖପାଖରେ ଘୂରି ବୁଲୁଥିବା କୁଆ ଓ ଅନ୍ୟ ଛୋଟ ପକ୍ଷୀଙ୍କୁ ଘଉଡ଼ାଇବା ପାଇଁ ତକ୍ରାଳୀନ ସରକାରଙ୍କ ସବୁ ପଦକ୍ଷେପ ବିଫଳ ହେବା ପରେ ଏହି ସ୍ୱତନ୍ତ୍ର ଶିକାରୀ ପ୍ରଜାତିର ପକ୍ଷୀଙ୍କୁ ନିୟୋଜନ କରାଯାଇଥିଲା । ପ୍ରଥମେ ସ୍ୱତନ୍ତ୍ର ଗାର୍ଡଙ୍କୁ ଏହି କାମରେ ମୁତୟନ କରାଯାଇଥିଲା । ଏପରିକି ଗୋଳାବାରୁଦ ମଧ୍ୟ ବ୍ୟବହାର ହୋଇଥିଲା । କିନ୍ତୁ କୌଣସିଥିରୁ ସଫଳତା ନମିଳିବାରୁ ଏହି ଶିକାରୀ ପକ୍ଷୀଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇ ରାଷ୍ଟ୍ରପତି ଭବନରେ ମୁତୟନ କରାଗଲା । ବଡ଼ କଥା ହେଉଛି, ଏହି ଚିଲ ଓ ପେଚା ରାଷ୍ଟ୍ରପତି ଭବନ ଆଖପାଖରେ ଛୋଟ ଡ୍ରୋନଟିଏ ଆସିଲେ ବି ତତକ୍ଷଣାତ୍ ଆଲର୍ଟ କରିଦିଅନ୍ତି । ଏହା ସହ ବିଦେଶୀ ଡ୍ରୋନ ଓ ଘରୋଇ ଡ୍ରୋନ ଭିତରେ ଫରକ ବି ଏମାନେ ଠଉରାଇପାରନ୍ତି ।

Leave A Reply

Your email address will not be published.