ହୁ’ର ନୂଆ ସିଇଓ ହେଲେ ଅନିଲ ସୋନୀ

0 73

ନୂଆଦିଲ୍ଲୀ, ୮ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି । ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍୍ୱ ଦିଆଯାଇଛି । ବିଶ୍ୱ ସ୍୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି । ସଂଗଠନ ୨୦୨୩ ସୁଦ୍ଧା ୧ ବିଲିୟନ ଡଲାରର ଚାନ୍ଦା ପ୍ରାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି । ଅନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ । ଏହାପରେ ତାଙ୍କର ଫୋକସ୍ ରହିବ ଯେ, କିପରି ସ୍୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଲୋକଙ୍କ ଫାଇଦା ପାଇପାରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଫାଇଣ୍ଡେସନ ଆରମ୍ଭ କରିଥିଲା । ସେତେବେଳେ ଅନିଲ ଗ୍ଲୋବାଲ ହେଲଥ୍ କେୟାର କମ୍ପାନୀ ବ୍େୟାଟ୍ରିସରେ କାମ କରୁଥିଲେ । ସେଠାରେ ତାଙ୍କୁ ଗ୍ଲୋବାଲ ଇନଫେକ୍ସନ ଡିଜିଜର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହାପୂର୍ବରୁ ମଧ୍ୟ ସେ କ୍ଲିଣ୍ଟନ୍ ହେଲଥ୍ ଆକ୍ସେସରେ କାମ କରିସାରିଛନ୍ତି । ଏଠାରେ ସେ ୨୦୦୫ରୁ ୨୦୧୦ ଯାଏଁ କାମ କରୁଥିଲେ । ଏପରିକି ସେ ଏଚଆଇଭି ଚିକିତ୍ସାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.