ମହେନ୍ଦ୍ରତନୟା ନଦୀରୁ ଆନ୍ଧ୍ର ଯୁବକଙ୍କ ଶବ ଉଦ୍ଧାର

0 72


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ତଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବାର ଜଣାପଡିଛି । ଆଜି ସକାଳ ସମୟରେ ମହେନ୍ଦ୍ରତନୟା ନଦୀ ତଟ ତଥା ବ୍ରିଜ ନିକଟରେ ଏକ ଶବ ଭାସୁଥିବାର ଦେଖି କିଛି ପଥଚାରୀ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଏକ ପୋଲିସ ଟିମ ପହଞ୍ôଚ ଶବକୁ ଉଦ୍ଧାର କରି ଜବତ କରିଥିଲେ । ଏହାପରେ ଶବ ଚିହ୍ନଟ କରାଯାଇଥିଲା । ମୃତ ଯୁବକ ଜଣକ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ସୋମପେଟା ଗ୍ରାମର କାଶୀ ଭାଷ୍କର ରାଓ ଏବଂ ସେ ପାରଳାଖେମୁଣ୍ଡି ସହରର ବାଟଗୌଡ ସାହି ନିକଟସ୍ଥ ଜେନା ସାହିରେ ରହୁଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ସେ କେମିତି ମୃତ୍ୟୁବରଣ କଲେ ତାହା ଏବେ ଅସ୍ପଷ୍ଟ ହୋଇଥିବାବେଳେ ଘଟଣାକୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ତଦନ୍ତକାରୀ ଅଧିକାରୀ ପୀତବାସ ଶତପଥି ଅଧିକା ଅନୁସନ୍ଧାନ କରୁଛନ୍ତି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୧୫/୨୦ରେ ରୁଜୁ କରାଯାଥିବାର ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.