ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0 60

କୋଲକାତା, ୯ ।୧୨: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ ସିପିଆଇ(ଏମ୍) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । “ଫ୍ଲୁ କ୍ଲିନିକ୍’ରେ ଏହି ଭେଟେରାନ୍ ସିପିଆଇ (ଏମ୍) ନେତାଙ୍କୁ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୁଦ୍ଧଦେବଙ୍କ ଆରୋଗ୍ୟ କାମନା କରିଛନ୍ତି । ଜଣେ ଅଧିକାରୀ କହିଛନ୍ତି, ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି । ଫ୍ଲୁ କ୍ଲିନିକରେ ଆବଶ୍ୟକ ଚିକିତ୍ସା କରାଯାଉଛି । ସେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ଅଛି କି ନାହିଁ ତାହା ଏଯାଏ ନିଷ୍ପତ୍ତି ହୋଇନି ବୋସି ସେ କହିଛନ୍ତି । ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ । ୨୦୧୮ରେ ସିପିଆଇ (ଏମ୍)ର ପଲିଟିବ୍ୟୁରୋର କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.