ଭାରତ ବାୟୋଟେକ୍ ପରିଦର୍ଶନ କଲେ ୬୪ ଦେଶର ରାଷ୍ଟ୍ରଦୂତ

0 72

ହାଇଦ୍ରାବାଦ, ୯ ।୧୨: ୬୪ଟି ଦେଶର ରାଷ୍ଟ୍ରଦୂତ ଭାରତ ବାୟୋଟେକ୍ କମ୍ପାନୀ ପହଞ୍ଚି ପରିଦର୍ଶନ କରିଛନ୍ତି । କରୋନା ଟିକା “କୋଭାକ୍ସିନ୍’ ପ୍ରସ୍ତୁତ କରୁଛି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ । ନିକଟରେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା ଟିକା ବିଷୟରେ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର । ଏହାପରେ ବିଦେଶର ରାଷ୍ଟ୍ରଦୂତମାନେ ବାୟୋଟେକ କମ୍ପାନୀ ପରିଦର୍ଶନ କରିଛନ୍ତି । ଅଷ୍ଟ୍ରେଲିଆ, ଡେନମାର୍କ, ଇରାନ, ଭୁଟାନ, ବ୍ରାଜିଲ, ମିଆଁମାର, ଦକ୍ଷିଣ କୋରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଆଦି ଦେଶର ରାଷ୍ଟ୍ରଦୂତମାନେ ଆସିଛନ୍ତି କୋଭାକ୍ସିନର ତଥ୍ୟ ନେବାକୁ । ବିଦେଶୀ କୂଟନୀତିଜ୍ଞ ଏବଂ ରାଷ୍ଟ୍ରଦୂତଙ୍କ ଏହି ଟିମ୍ ବୁଧବାର ସକାଳେ ନୂଆଦିଲ୍ଲୀରୁ ବିମାନ ଯୋଗେ ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚିଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡକୁ ରୋକିବା ପାଇଁ ଭାରତର ଅବଦାନ ରହିଛି । ଟିକା ତିଆରି କରିବାରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦେଶ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ହାଇଦ୍ରାବାଦର ଭାରତ ବାୟୋଟେକ କେନ୍ଦ୍ର ପରିଦର୍ଶନ କରି କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.