ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

0 76

ୱାଶିଂଟନ୍, ୯ ।୧୨: ଆମେରିକାର ସୁପ୍ରିମ୍କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି । ପେନସିଲଭେନିଆ ରାଜ୍ୟର ନିର୍ବାଚନକୁ ନେଇ ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନଭେମ୍ବର ୩ ତାରିଖରେ ହୋଇଥିବା ଆମେରିକା ନିର୍ବାଚନକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ବିତିଯାଇଥିଲେ ହେଁ ଟ୍ରମ୍ପ ଏବେବି ଡେମୋକ୍ରାଟିକ୍ ନେତା ଜୋ ବାଇଡେନଙ୍କ ବିଜୟକୁ ସ୍ୱୀକାର କରିପାରୁନାହାନ୍ତି । ଟ୍ରମ୍ପ ଏବଂ ତାଙ୍କର ସହଯୋଗୀ କିଛି ପ୍ରମୁଖ ରାଜ୍ୟରେ ଡଜନରୁ ଅଧିକ ମୋକଦ୍ଦମା ଦାୟର କରିଥିଲେ, ଯାହାକୁ ପ୍ରାୟ ସବୁ କୋର୍ଟ ଖାରଜ କରିସାରିଛନ୍ତି । ମାମଲାକୁ ଖାରଜ କରିବା ସହ କୋର୍ଟ ଏବେ ପୂରା ପ୍ରକ୍ରିୟା ଉପରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି । ଏପଟେ ଟ୍ରମ୍ପ ପୁଣିଥରେ ନିଜ ବିଜୟକୁ ନେଇ ଦାବି କରିଛନ୍ତି । ଏହା ପୂର୍ବରୁ ସେ ଶନିବାର ଜର୍ଜିଆ, ଭଲଡୋଷ୍ଟାରେ ଆୟୋଜିତ ପୋଷ୍ଟ-ପୋଲ୍ ରାଲିରେ ଟ୍ରମ୍ପ ଏହି ନିର୍ବାଚନକୁ ଠକାମି ବୋଲି କହିଥିଲେ । ଏପରିକି ସେ ନିଜର ବିଜୟର ଆଶାକୁ ଛାଡ଼ି ନଥିବା ମଧ୍ୟ କହିଥିଲେ ।

Leave A Reply

Your email address will not be published.