କୂଅକୁ ଖସିପଡ଼ିଲା ଦ୍ରୁତଗାମୀ କାର୍, ୬ ମୃତ

0 70

ଭୋପାଲ, ୯ ।୧୨: ମଧ୍ୟପ୍ରଦେଶର ଛତ୍ରପୁରରେ ବୁଧବାର ଭୟଙ୍କର ଦୁର୍ଘଟଣା ଘଟିଛି । ଜିଲ୍ଲାର ମହାରାଜପୁର ଅଞ୍ଚଳରେ ଥିବା ରାସ୍ତାକଡ଼ କୂଅରେ ଗୋଟିଏ ଦ୍ରୁତଗାମୀ କାର୍ ଖସି ପଡ଼ିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗୋଟିଏ ବାହାଘର ପାର୍ଟିରୁ କାର୍ରେ ୯ ଜଣ ଲୋକ ଫେରୁଥିଲେ । ବିଳମ୍ବିତ ରାତିରେ କାର୍ଟି ମହାରାଜପୁର ଅତିକ୍ରମ କରୁଥିବା ବେଳେ ହଠାତ୍ ଏହାର ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ କାର୍ଟି ସିଧା ରାସ୍ତା କଡ଼ରେ ଥିବା ଗୋଟିଏ ଖୋଲା କୂଅରେ ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ କାର ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.