ଏନକାଉଣ୍ଟର: ୨ ଆତଙ୍କୀ ନିହତ

0 78

ଶ୍ରୀନଗର, ୯ ।୧୨: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ବୁଧବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ବେଳେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି । ଏଯାବତ୍ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ । ପୋଲିସର ସୂଚନା ମୁତାବକ ପୁଲୱାମା ଜିଲ୍ଲାର ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ମାନେ ଛପି ରହିଥିବା ନେଇ ଖବର ମିଳିବା ପରେ ବୁଧବାର ଭୋର୍ ସମୟରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ହେଲେ ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯିବା ପରେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.