ରାଜ୍ୟରେ ୨୪ଘଣ୍ଟା ଆଉ ୩୪୩ ପଜିଟିଭ ଚିହ୍ନଟ୍

0 68

ଭୁବନେଶ୍ୱର,୧୦/୧୨: ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଦୈନିକ କରୋନା ସଂକ୍ରମଣ ହାର ଓ ମୃତ୍ୟୁ ହାର ହ୍ରାସ ପାଇଥିଲେ ହେଁ ଭୟାବହତା କମିନାହିଁ। ସୁସ୍ଥ ଟ୍ରେଣ୍ଡ୍‌ ଉପରମୁହାଁ ହୋଇଥିବା ବେଳେ ମୃତ୍ୟୁରେ ଲାଗିନି ବ୍ରେକ୍ । ୨୪ ଘଣ୍ଟା ରାଜ୍ୟରେ ୨୫ ଟି ଜିଲ୍ଲାରୁ ୩୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪୧ ଜଣ, ଖୋର୍ଦ୍ଧା ଓ ଅନୁଗୁଳରୁ ୩୨ ଜଣ ଲେଖାଏଁ, ପୁରୀରୁ ୨୨ ଜଣ, କଟକରୁ ୨୧ ଜଣ, ମୟୂରଭଞ୍ଜରରୁ ୨୦ ଜଣ, ବଲାଙ୍ଗୀରରୁ ୧୯ ଜଣ, ବରଗଡ଼ରୁ ୧୮ ଜଣ, ବାଲେଶ୍ବରରୁ ୧୭ ଜଣ,ସମ୍ବଲପୁରରୁ ୧୫ ଜଣ, କେନ୍ଦୁଝରରୁ ୧୪ ଜଣ, ଜଗତସିଂହପୁରରୁ ୧୩ ଜଣ, ନୂଆପଡ଼ାରୁ ୧୨ ଜଣ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ ଲେଖାଏଁ, ମାଲକାନଗିରିରୁ ୫ ଜଣ, ଭଦ୍ରକରୁ ୪ ଜଣ, ଢ଼େଙ୍କାନାଳରୁ ୩ ଜଣ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କୋରାପୁଟ ଓ ସୋନପୁରରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୨ ହଜାର ୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ହଜାର ୩୮୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୬୨ ଲକ୍ଷ ୮୧ ହଜାର ୧୬୨ ସାମ୍ପୁଲ ଟେଷ୍ଟ୍ ହୋଇଛି। ସଂକ୍ରମଣ ଆଶଙ୍କା ଏବେ ବି ଥମିନି ।

Leave A Reply

Your email address will not be published.