୭ ବର୍ଷରେ ଉଠାଉଛନ୍ତି ୭୦ କେ.ଜି ଓଜନ

0 70

କାନାଡ଼ା, ୧୦ ।୧୨: ବୟସ ଏବେ ମାତ୍ର ୭ ବର୍ଷ । ହେଲେ କାମ କରୁଛନ୍ତି ଯେମିତି ତାହା କୌଣସି ବି ବଡ ଲୋକଙ୍କ ଠାରୁ କମ୍ ନୁହେଁ । ଆମେ କହୁଛୁ କାନାଡାର ରୋରି ଭାନ ଉଲଫତଙ୍କ କଥା । ୭ ବର୍ଷ ବୟସରଙ୍କ ୭୦ କେଜିର ଭାର ଉତ୍ତୋଳନ କରୁଛନ୍ତି ରୋରି । ୭ ବର୍ଷର ବାଳିକା ୭୦ କେଜି ଓଜନ ଉଠାଇବା କଥାଟିକୁ ସହଜରେ ବିଶ୍ୱାସ କରିହେଉନାହିଁ । ହେଲେ କଥାଟି ନିରାଟ ସତ । ଗତ ସପ୍ତାହରେ ରୋରି ୩୦ କି.ଗ୍ରା ଓଜନ ବର୍ଗରେ ଯୁବ ଜାତୀୟ ଚମ୍ପିୟନ୍ ପାଇଁ ଅଣ୍ଡର -୧୧ ଓ ଅଣ୍ଡର -୧୩ ଯୁବ ଜାତୀୟ ଚମ୍ପିୟନ ଟାଇଟଲ ହାସଲ କରି ସେ ଦେଶବାସୀଙ୍କୁ ଚମକାଇ ଦେଇଛନ୍ତି । ଏଇଠାରୁ ତାଙ୍କ କଥା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଭାରୋଉତ୍ତୋଳନକାରୀ ମାନଙ୍କ କହିବା କଥା ୭୦ କି.ଗ୍ରା ବା ତା ଠାରୁ ଅଧିକ ଓଜନର ଭାରୋଉତ୍ତୋଳନ କରିବା ଏକ ପ୍ରଶଂସନୀୟ କୃତ୍ତିତ୍ୱ । କାରଣ ଏଭଳି କେବଳ ବଡ ଓ ବୃତ୍ତିଗତ ଭାରୋଉତ୍ତୋଳନକାରୀ ମାନେ କରିପାରନ୍ତି । ଏହାଛଡା ଓଜନ ଉଠାଇବା ପାଇଁ ଶରୀରରେ ସେହି ପରିମାଣର ଶକ୍ତି ଓ ବିକଶିତ ଅଭ୍ୟାସର ଆବଶ୍ୟକତା ପଡିଥାଏ । ହେଲେ ରୋରି ଯାହା କରିଦେଖାଇଛନ୍ତି ତାହା ଏକ ଚମକ୍ରାର ଭଳି ଲାଗୁଛି । ରୋରିଙ୍କ ଶାରୀରିକ ଗଠନ ଦେଖିଲେ ତାହା ଯେ ବଳିଷ୍ଠ ଭଳି ମନେ ହେଉନାହିଁ । ରୋରିଙ୍କ ଉଚ୍ଚତା ଏବେ ୪ ଫୁଟ୍ ହୋଇଥିବା ବେଳେ ସେ ଦୈନିକ ୯ ଘଂଟାରୁ ଅଧିକ ସମୟ ଟ୍ରେନିଂ ନେଉଥିବା ଜଣାପଡିଛି । ସେ ବହୁତ ଛୋଟ ଥିବା ବେଳେ ଜିମ୍ନାଷ୍ଟିକ ହେବାର ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଥିଲା । ଏହାକୁ ନେଇ ତାଙ୍କ ପିତା ମାତା ରୋରିଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ତା’ର ଜିମ୍ନାଷ୍ଟ ପ୍ରଶିକ୍ଷଣ ଆରମ୍ଭ କରିଦେଇଥିଲେ । ଟେନିଂ ନେବାର ୨ ବର୍ଷ ମଧ୍ୟରେ ଏଭଳି ଅଦ୍ଭୁତ କାମ କରିଦେଖାଇଛନ୍ତି ରୋରି । ତାଙ୍କ ପ୍ରତିଭା ଦେଖିବା ପରେ କେହି କେହି ଏହାକୁ ଏକ ଚମକ୍ରାର ବୋଲି କହୁଛନ୍ତି । ଏହି ଲିଟିଲ୍ ରୋରିଙ୍କ ୱେଟ୍ ଲିଫ୍ଟିଂର ଏକାଧିକ ଭିଡିଓ ଏବେ ଭାଇରାଲ ହେଉଛି ।

Leave A Reply

Your email address will not be published.