ପାକିସ୍ତାନକୁ ପୁଣି ସର୍ଜିକାଲ ଷ୍ଟ୍ରାଇକ ଭୟ ଘାରିଲା

0 63

ଇସଲାମାବାଦ, ୧୦ ।୧୨: ପାକିସ୍ତାନ ନିଜ ଦେଶର ସୀମାରେ ହାଇଆଲର୍ଟ ରହିବାକୁ ନିଜ ଦେଶର ସେନାକୁ କହିଛି । ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନ ବିଳିବିଳେଇଛି । ଭାରତ ସରକାର ଚାଷୀ ଆନ୍ଦୋଳନ ନେଇ ବିବାଦରେ ଅଛନ୍ତି । ଚାଷୀ ସମସ୍ୟାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ସେନାକୁ ଅସ୍ତ୍ର କରିପାରନ୍ତି ବୋଲି ପାକିସ୍ତାନ ମିଡିଆ ଆକଳନ କରିଛି । ଦ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ ମୋଦି ସରକାର ତାଙ୍କ ଆଇନ ପାଇଁ ଓଲଟି ଫସିଯାଇଛନ୍ତି । ତେଣୁ ଏହା ଉପରୁ ତାଙ୍କ ଦେଶବାସୀଙ୍କ ନଜର ହଟାଇବା ପାଇଁ ରାଷ୍ଟ୍ରବାଦକୁ ମୁଖ୍ୟ ଅସ୍ତ୍ର କରିପାରନ୍ତି । ସୂଚନାଯୋଗ୍ୟ, ପାକିସ୍ତାନକୁ ଚେତାବନୀ ଦେବା ପାଇଁ ଭାରତ ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଉରୀ ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଏଭଳି କରିଥିଲା ଭାରତ । ଯାହାର ପରିଣତି ଏତେ ଭୟଙ୍କର ହେବ ବୋଲି ପାକିସ୍ତାନ କେବେ ଭାବିନଥିଲା । ଏହି ଆକ୍ରମଣରେ ପାକିସ୍ତାନର ଅନେକ ସେନା ନିହତ ହୋଇଥିଲେ । ଗତବର୍ଷ ମଧ୍ୟ ପୁଲୱାମା ଆକ୍ରମଣର ବଦଲା ନେବା ପାଇଁ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ପାକିସ୍ତାନର ଅନେକ କ୍ୟାମ୍ପ ନଷ୍ଟ ହୋଇଥିଲା ।

Leave A Reply

Your email address will not be published.