ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ବାଦ୍ ପଡିଲେ ଇଶାନ୍ତ ଶର୍ମା

0 80

ନୂଆଦିଲ୍ଲୀ ୧୦/୧୨ : ଡିସେମ୍ବର ୧୭ରୁ ଆରମ୍ଭ ହେଉଥିବା ୪ ଟିକିଆ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆଡିଲେଡରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ । ଏ ନେଇ ୧୯ ଜଣିଆ ଟେଷ୍ଟ୍ ସ୍କ୍ୱାର୍ଡ୍ ଘୋଷଣା କରିଛି ଭାରତ । ତେବେ ଟେଷ୍ଟ୍ ଟିମରେ ଅନେତ ଯୁବ ପ୍ରତିଭାଙ୍କୁ ସ୍ଥାନ ମିଳିଛି । ପ୍ରଥମ ଟେଷ୍ଟ୍ ମ୍ୟାଚ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳିବ ଭାରତ । ଏହା ପରେ କୋହଲି ଭାରତ ଫେରିବାକୁ ଥିବାରୁ ଅବଶିଷ୍ଟ ୩ଟି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ତୁଲାଇପାରନ୍ତି । ତେବେ ଇଶାନ୍ତ ଶର୍ମାଙ୍କ ବିନା ପଡିଆକୁ ଓଲ୍ଲାଇବ ଭାରତ । ଆଇପିଏଲ ଖେଳୁଥିବା ବେଳେ ଆହତ ସମସ୍ୟା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିନାହାନ୍ତି ଇଶାନ୍ତ । ସେହିପରି ରୋହିତ ଶର୍ମା ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟରେ ଖେଳି ପାରିବେ ନାହିଁ । ରୋହିତ ମଧ୍ୟ ଆଇପିଏଲ ସମୟରେ ଆହତ ହୋଇଥିଲେ । ତେବେ ସେ ଡିସେମ୍ବର ୧୨ ରେ ଅଷ୍ଟ୍ରେଲିଆ ଗସ୍ତ କରିବେ ଏବଂ ୧୪ ଦିନିଆ କ୍ୱରେଣ୍ଟାଇନରେ ରହିବେ । ତେବେ ଶେଷ ୨ଟି ଟେଷ୍ଟ ପାଇଁ ସେ ଟିମରେ ସାମିଲ ହେବେ । ଖେଳାଯିବାକୁ ଥିବା ୪ ଟିକିଆ ଟେଷ୍ଟ ସିରିଜର ବିଜେତା ଆସନ୍ତା ବର୍ଷ ହେବାକୁ ଥିବା ଟେଷ୍ଟ ଚାମ୍ପିୟନସିପ୍ ପାଇଁ ସ୍ଥାନ ପକ୍କା କରିବ । ତେବେ ଉଭୟ ଟିମ ସିରିଜ ଜିତିବା ଲକ୍ଷରେ ଅଛନ୍ତି । ଅଷ୍ଟ୍ରେଲିଆ ଟିମରେ ଡେଭିଡ୍ ୱାର୍ଣ୍ଣର ଏବଂ ଷ୍ଟେଭ୍ ସ୍ମିଥଙ୍କ ପରି ଅଭିଜ୍ଞ ଖେଳାଳୀ ଅଛନ୍ତି । ଗତ ଥର ଅଷ୍ଟ୍ରେଲିଆ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜକୁ ଜିତି ନେଇଥିଲା ଭାରତ । କିନ୍ତୁ ଏଥର ଦୁଇ ଟିମ ମଧ୍ୟରେ କ‡ା ଟକ୍କର ହେବ ବୋଲି କ୍ରିକେଟ୍ ପ୍ରେମୀ ମତ ଦେଇଛନ୍ତି ।
ଭାରତର ଟେଷ୍ଟ୍ ଟିମ୍
ବିରାଟ କୋହଲି (ଅଧିନାୟକ, କେବଳ ପ୍ରଥମ ଟେଷ୍ଟ ପାଇଁ), ଅଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ୱାଲ, ପୃଥ୍ୱୀ ଶ, କେ ଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ୍, ରିଦ୍ଧିମାନ ଶାହା(ୱିକେଟ କିପର), ରିଷଭ ପନ୍ତ(ୱିକେଟ କିପର), ଜଶପ୍ରୀତ ବୁମରାହ, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ ଏବଂ ମହମ୍ମଦ ଶିରାଜ ।

Leave A Reply

Your email address will not be published.