କୋଭିଡ୍-୧୯ର ନୂଆ ଉପଚାର ଚିହ୍ନଟ କଲେ ଭାରତୀୟ ବୈଜ୍ଞାନିକ

0 59

ନୂଆଦିଲ୍ଲୀ, ୧୦/୧୨ : ସାରା ବିଶ୍ୱର ବୈଜ୍ଞାନିକମାନେ କରୋନା ଭାଇରସକୁ ରୋକିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଏଯାଏଁ ଭାଇରସକୁ ଶତ ପ୍ରତିଶତ ରୋକିବା ପାଇଁ ସେଭଳି କୌଣସି ଭ୍ୟାକସିନ୍ ବାହାରି ପାରିନାହିଁ । ତେବେ ଏହାରି ମଧ୍ୟରେ ଭାରତୀୟ ବୈଜ୍ଞାନିକମାନେ ଏମିତି ଏକ ମେଡିସିନର ସମ୍ଭାବିତ ମିଶ୍ରଣ ପ୍ରସ୍ତୁତ କରିଛନ୍ତି ଯାହାକି ନୋଭେଲ କରୋନା ଭାଇରସକୁ ରୋକିବାରେ ସଫଳ ହୋଇପାରେ । ଏହା ସଂକ୍ରମଣକୁ ରୋକିବାରେ ସହାୟକ ହେବା ସହିତ ଭାଇରସ ବିରୁଦ୍ଧରେ ଲଢିବା ପାଇଁ ପ୍ରଭାବୀ ହୋଇପାରେ ବୋଲି ବୈଜ୍ଞାନିକମାନେ ଭାରତୀୟ ମତ ଦେଇଛନ୍ତି । “ଡ୍ରଗ୍ ବ୍ୟାଙ୍କ୍’ ତଥ୍ୟ ଉପରେ ଅଧ୍ୟୟନ ପରେ “ବୈଜ୍ଞାନିକ ରିପୋର୍ଟ’ ପତ୍ରିକାରେ ପ୍ରକାଶିତ ଆର୍ଟିକିଲରେ ଦର୍ଶାଯାଇଛି ଯେ –୨ ଉପରେ ଆକ୍ରମଣ କରିବାର ନୂତନ ପଦ୍ଧତି ଚିହ୍ନଟ ହୋଇଛି, ଯାହାକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଯାଇ ନଥିଲା । ତାମିଲନାଡୁର ଅଲଗପ୍ପା ବିଶ୍ୱବିଦ୍ୟାଳୟ ଏବଂ ସ୍ୱିଡେନ୍ ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ଅନୁସନ୍ଧାନକାରୀ ଟିମ୍ ଏପରି ଏକ ମେଡିସିନର ଏବଂ ମିଶ୍ରଣ ସୂଚୀ ପ୍ରଦାନ କରିଛନ୍ତି ଯେଉଁଥିରେ ସଂକ୍ରମଣ ରୋକିବା ଦିଗରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଅଧ୍ୟୟନରେ ସାମିଲ ଥିବା ଭାରତୀୟ ବୈଜ୍ଞାନିକ ବୈଭବ ଶ୍ରୀବାସ୍ତବ ଏବଂ ଅରୁଲ ମୁରୁଗାନ କହିଛନ୍ତି ଯେ, ଏହି ମେଡିସିନ୍ ଜୀବାଣୁଙ୍କର ମ୍ୟୁଟେସନ୍ ଚାରିପାଖରେ କାମ କରିବାରେ ସାହାଯ୍ୟ କରିବ । ବୈଭବ ଶ୍ରୀବାସ୍ତବ କହିଛନ୍ତି ଭାଇରସ ଦୃତ ଗତିରେ ପରିବର୍ତ୍ତନ ହେଉଛନ୍ତି ଏବଂ ଦିନକୁ ଦିନ ଆମ ଶରୀରରେ ଥିବା ପ୍ରୋଟିନ୍ ଉପରେ ଏହାର ପ୍ରଭାବ ପଡୁଛି । ତେବେ ଯଦି ଆମ ପାଖକୁ ଏପରି ଏକ ମେଡିସିନ୍ ଆସିଯିବ ଯେଉଁଥିରେ ଆମ ଶରୀରର ପ୍ରୋଟିନକୁ ମଜବୁତ କରିବା ସହିତ ଭାଇରସର ପ୍ରୋଟିନକୁ ଦୁର୍ବଳ କରିବାରେ ସମର୍ଥ ହୁଏ ତେବେ ଏହା ଏକ ବଡ ଉପଲବ୍ଧି ହେବ । ଖୁବଶୀଘ୍ର ଏଦିଗରେ ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହିତ ପରୀକ୍ଷଣ ଆରମ୍ଭ ହେବ ବୋଲି ଭାରତୀୟ ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.