ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ

0 75

ନୂଆଦିଲ୍ଲୀ, ୧୦ ।୧୨: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ୱାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି । ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେ । ତେଣୁ ଦେଶର ଚାଷୀ ଏକାଠି ହୋଇ ଆଗକୁ ଆସିବା ସମୟ ଆସିଛି । ଏବେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ, ସେ ନିଜ ଜୀବନର ଶେଷ ଆନ୍ଦୋଳନ ଭାବେ ଚାଷୀଙ୍କ ପାଇଁ ଅନଶନରେ ବସିବେ । ଏହା ସହିତ ସାରାଦେଶର ଚାଷୀ ଏକାଠି ହୋଇ ଅହିଂସା ବାଟରେ ଆନ୍ଦୋଳନରେ ସାମିଲ ହେବାକୁ ସମସ୍ତ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ।

Leave A Reply

Your email address will not be published.