ରାଜଧାନୀରେ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି

0 60

ଭୁବନେଶ୍ୱର : ପୁଣି ରାଜଧାନୀରେ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି, ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ, ଏକ ବାଇକରେ ଆସି ୩ ଯୁବକ ଗୁଳିମାଡ଼ କରି ଚମ୍ପଟ ହୋଇଥିବା ନେଇ ମିଳିଛି ସୂଚନା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ଗୁଳିକାଣ୍ଡ ହେଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଅପରାଧୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.