ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଖଟିଆରେ ବୁହାହେଲେ ରୋଗୀ

0 107

ମାଲକାନଗିରି : ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ। ଆଜି ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତ ର  ମନ୍ତ୍ରିପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଗୋରୀ ମୁଦୁଲି(୫୨) ନାମକ ବୃଦ୍ଧା ଦୀର୍ଘ ୬ ମାସ ଧରି ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ। ତେବେ ଗ୍ରାମବାସୀ ଙ୍କ ଧାନ ଚାଷ ଲାଗି ରହିଥିବାରୁ ସେମାନେ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହି ବୃଦ୍ଧା ମା ଙ୍କର ଚିକିତ୍ସା କରିପାରୁନଥିଲେ। ଶେଷରେ ବୃଦ୍ଧା ମା ଙ୍କର ଆଜି ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ଆଜି ଏହି ଘଞ୍ଚ ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଦେଇ ଷ୍ଟ୍ରେଚର ମାଧ୍ୟମରେ ବୋହି ଆଣିଥିଲେ। ପାହାଡ଼ ଉପରୁ ବୋହି ଆଣି ତଳେ ସାରିଆପାଲ୍ଲୀ ଗ୍ରାମରେ ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ରୋଗୀ ଙ୍କୁ ନେଇ ଅପେକ୍ଷା କରିଥିଲେ ଗ୍ରାମବାସୀ, ଆମ୍ବୁଲାନ୍ସ ଆସିବା ପରେ ରୋଗୀ ଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ମାଇଲ ମାଇଲ ଦୂର ଚାଲି ରୋଗୀ ଙ୍କୁ ପାହାଡ଼ ଉପରୁ ଆଣି ଅପେକ୍ଷା କରୁଛନ୍ତି ଗ୍ରାମବାସୀ କିନ୍ତୁ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ରୁ ଆସିପାରୁନାହିଁ ଆମ୍ବୁଲାନ୍ସ। ସରକାର ଙ୍କ ଏପରି ନିୟମ କୁ ଗ୍ରାମବାସୀ ଦୃଢ଼ ନିନ୍ଦା କରିଛନ୍ତି। ତେବେ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ଗ୍ରାମର ରାସ୍ତା ନିର୍ମାଣ କରିବାକୁ ୱାର୍ଡ ମେମ୍ବର ଧନ ମୁଦୁଲି, ସହଦେବ ମୁଦୁଲି, ସୋମନାଥ ହନ୍ତାଳ, ନୀଳକଣ୍ଠ ଖରା, କମୁଲୁ ପୂଜାରୀ, ନନ୍ଦ ନାର୍ଙ୍ଘଡା ଙ୍କ ସମେତ ଅନ୍ୟ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Leave A Reply

Your email address will not be published.