ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ହେବ ରାମ ମନ୍ଦିର ପ୍ରଜ୍ଞାପନ ମେଢ

0 63

ନୂଆଦିଲ୍ଲୀ ୧୧ ।୧୨: ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍ ଖାସ୍ ହେବାକୁ ଯାଉଛି । ଏଥର ରାଜପଥରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ । ଉତ୍ତର ପ୍ରଦେଶ ପକ୍ଷରୁ ଯେଉଁ ପ୍ରଜ୍ଞାପନ ମେଢ ସାମିଲ ହେବ ସେଥିରେ ରାମ ମନ୍ଦିର ମୋଡେଲ୍ ରହିବ । ଉତ୍ତର ପ୍ରଦେଶ ପକ୍ଷରୁ ଏଥର ଅଯୋଧ୍ୟାର ସାଂସ୍କୃତିକ କଳାଭାସ୍କର୍ଯ୍ୟର ଥିମ୍ ରହିଛି । ପ୍ରଜ୍ଞାପନ ମେଢରେ ପ୍ରତି ବର୍ଷ ହେଉଥିବା ଦୀପୋତ୍ସବକୁ ମଧ୍ୟ ସାମିଲ କରାଯିବ । ଏଥିସହ ଶବରୀଙ୍କ ପ୍ରଭୁ ରାମ ଚନ୍ଦ୍ରଙ୍କୁ ଫଳ ଖୁଆଇବା, ନିଷାଦରାଜ ରାମଙ୍କୁ ଆଲିଙ୍ଗନ କରିବା, କେବଟଙ୍କୁ ଆଶୀର୍ବାଦ ଦେବା ସମେତ ଅନ୍ୟ ଦୃଶ୍ୟକୁ ପ୍ରଜ୍ଞାପନ ମେଢରେ ସାମିଲ କରାଯିବ । ସୂଚନାଯୋଗ୍ୟ, ଅଯୋଧ୍ୟାରେ ଚଳିତ ବର୍ଷ ଅଗଷ୍ଟରେ ରାମ ମନ୍ଦିରର ଶିଳାନ୍ୟାସ୍ ହୋଇଥିଲା । ଡିସେମ୍ୱର ମାସରୁ ମନ୍ଦିରର ନିର୍ମାଣ ଆରମ୍ଭ ହେବାକୁ ଯାଉଛି । ୟୁପି ସରକାର କ୍ରମାଗତ ଅଯୋଧ୍ୟାକୁ ପର୍ଯ୍ୟଟନ ମାନଚ୍ଚିତ୍ରରେ ବିଶେଷ ସ୍ଥାନ ଦେବାକୁ ପ୍ରୟାସ ଚଳାଇଛନ୍ତି । ଅଯୋଧ୍ୟାରେ ଏବେ ପ୍ରତି ବର୍ଷ ଦୀପାବଳି ଭବ୍ୟତାର ସହ ପାଳନ କରାଯାଉଛି । ଚଳିତ ବର୍ଷ ୬ ଲକ୍ଷ ଦୀପ ସହିତ ଦୀପୋତ୍ସବ ଆୟୋଜନ କରାଯାଇଥିବା ବେଳେ ଆସନ୍ତାବର୍ଷ ୭ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପରେଡ୍ ଆୟୋଜନ ହୋଇଥାଏ । ଏଥିରେ ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢରେ ଦେଶର ବିଭିତ୍ତ ସାଂସ୍କୃତିକର ଝଲକ ଦେଖିବାକୁ ମିଳିଥାଏ । ତେଣୁ ରାଜ୍ୟଗୁଡିକ ପକ୍ଷରୁ ଥିମ୍ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଉଛି । ଏଥର ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତର ଅତିଥି ହୋଇ ପାରନ୍ତି ।

Leave A Reply

Your email address will not be published.