ଗୋଟିଏ ମଣ୍ଡପରେ ବାହାହେଲେ ମା’-ଝିଅ

0 73

ଗୋରଖପୁର, ୧୧ ।୧୨: ଉତ୍ତରପ୍ରଦେଶର ଗୋରଖପୁର ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛ । ଏକା ସାଙ୍ଗରେ ବିବାହ କରିଛନ୍ତି ମା-ଝିଅ । ଜୀବନର ପରିଣତ ବୟସରେ ମା’ ନିଜର ଜୀବନ ସାଥୀ ବାଛିଥିବା ବେଳେ ଝିଅ ମଧ୍ୟ ସେହି ଗୋଟିଏ ମଣ୍ଡପରେ ନିଜ ଜୀବନ ସାଥୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମୂହିକ ବିବାହ ଯୋଜନାରେ ଗୋଟିଏ ମଣ୍ଡପରେ ମା’–ଝିଅ ବିବାହ କରିଛନ୍ତି । ସୂଚନାନୁସାରେ ଉତ୍ତରପ୍ରଦେଶର ପିପାରୋଲି ବ୍ଲକ କୁରାମୋଲ୍ର ବାସିନ୍ଦା ହରିହର ବିଲି ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହେଁ ୫ଟି ସନ୍ତାନର ଜନକ ହୋଇଥିଲେ । ସନ୍ତାନମାନଙ୍କ ମଧ୍ୟରୁ ଦୁଇ ଜଣ ପୁଅ ଏବଂ ୩ ଝିଅ ରହିଥିଲେ । ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ ହରିହର ବିଲି ଦେବୀଙ୍କ ପରିବାର ଉପରେ କଳାବାଦଲ ମାଡି ଆସିଲା । ବିଲି ଦେବୀଙ୍କ ସ୍ୱାମୀ ହରିହରଙ୍କର ଅକାଳ ବିୟୋଗ ଘଟିଲା । ହରିହରଙ୍କ ବିୟୋଗ ପରେ ବିଲି ଦେବୀ ଦୁଇ ପୁଅ ଏବଂ ୩ ଝିଅଙ୍କୁ ଶିକ୍ଷା ଦିକ୍ଷା ଦେଇଥିଲେ । ଏହାରି ମଧ୍ୟରେ ବିଲି ଦେବୀଙ୍କ ସ୍ୱାମୀଙ୍କ ଦେହାନ୍ତ ପ୍ରାୟ ୨୫ ବର୍ଷ ହୋଇ ସାରିଥିବା ବେଳେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ବିବାହ ମଧ୍ୟ ହୋଇ ସାରିଛି । ବିଲି ଦେବୀଙ୍କ ସାନ ଝିଅ ଇନ୍ଦୁର ବିବାହ ବୟସ ହୋଇଯାଇଥିବାରୁ ବିଲି ଦେବୀ ଝିଅ ବାହାଘର ପାଇଁ ବରପାର୍ଥୀ ଦେଖୁଥିଲେ । । ଝିଅ ପାଇଁ ବର ଠିକ କରିବା ପରେ ବିଲି ଦେବୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମୂହିକ ବିବାହ ଯୋଜନାରେ ବିବାହ କରିବା ପାଇଁ ଝିଅ ଇନ୍ଦୁର ନାମ ପଞ୍ଜିକରଣ କରିବା ସହ ନିଜ ନାମ ମଧ୍ୟ ପଞ୍ଜିକରଣ କରିଥିଲେ । ଝିଅ ଇନ୍ଦୁର ବିବାହ ପାଲି ବାସିନ୍ଦା ରାହୁଲଙ୍କ ସହ ହୋଇଥିବା ବେଳେ ବିଲି ଦେବୀ ତାଙ୍କ ଦିଅର ଜଗଦୀଶଙ୍କୁ ବିବାହ କରିଛନ୍ତି । ଗୋଟିଏ ମଣ୍ଡପରେ ମା-ଝିଅ ବିବାହ କରିବାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ବିଲି ଦେବୀଙ୍କୁ ବିବାହ କରିଥିବା ଜଗଦୀଶ ବିଲି ଦେବୀଙ୍କ ପ୍ରଥମ ସ୍ୱାମୀ ହରିହରଙ୍କ ସାନ ଭାଇ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ । ସେ ତାଙ୍କ ପରିବାରରେ ସାନ ପୁଅ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଥିଲେ ।

Leave A Reply

Your email address will not be published.