ସାମାଜିକ ଦୂରତା ମାନୁନାହାନ୍ତି ଚାଷୀ

0 74

ପୁଲିସ୍ ରୁଜୁ କଲା ଏଫଆଇଆର

ନୂଆଦିଲ୍ଲୀ, ୧୧ ।୧୨: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରିଛି ପୁଲିସ୍ । ଦିଲ୍ଲୀ-ହରିଆଣାର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ମାନୁ ନଥିବା ପୁଲିସ୍ କହିଛି । ଏଥିପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ ଡିସେମ୍ବର ୭ରେ ଅଲିପୁର ପୁଲିସ୍ ଷ୍ଟେସନରେ ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ଦେଶର ଚାଷୀମାନେ ବିରୋଧ କରୁଛନ୍ତି । ଏଥିପାଇଁ ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଲାମପୁର ସୀମା ଦେଇ ଦିଲ୍ଲୀ ଉପକଣ୍ଠରେ ପହଞ୍ଚିଥିଲେ । ଏହାପରେ ସେମାନେ ସିଂଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀର ବିଭିତ୍ତ ସୀମାରେ ୧୬ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ନୂଆ କୃଷି ଆନକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଏବେ ଦିଲ୍ଲୀ ପୁଲିସ୍ ଆନ୍ଦୋଳନକାରୀ ଚାଷୀଙ୍କ ନାଁରେ ମହାମାରୀ ଆଇନକୁ ଉଲ୍ଲଙ୍ଘନ କରିବା ଭଳି ଅଭିଯୋଗ କରି ଏଫଆଇଆର କରିଛି । ଯାହାକୁ ଅନେକ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.